କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକଙ୍କ ଗର୍ଜନ : ପଞ୍ଜାବରେ ପରିବା ଓ କ୍ଷୀର ଯୋଗାଣ ବନ୍ଦ,୧୦ ଧରି ଚାଲିବ ଆନ୍ଦୋଳନ

45

କନକ ବ୍ୟୁରୋ : ଆଜିଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକମାନେ ଆନ୍ଦୋଳନ କରିଛନ୍ତି । ଜୁନ ୧ ତଥା ଆଜିଠାରୁ ସରକାରଙ୍କ ବିରୋଧରେ ୧୦ ଦିନିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି ବିଭିନ୍ନ କୃଷକ ସଂଗଠନ । ପଞ୍ଜାବର କୃଷକମାନେ ଆନ୍ଦୋଳନ ଆରମ୍ଭ କରି ପନିପରିବା ଓ କ୍ଷୀର ଯୋଗାଣକୁ ବନ୍ଦ କରିଛନ୍ତି । ସମସ୍ତ କୃଷକ ସଂଗଠନମୋଦି ସରକାରଙ୍କ ବିରୋଧରେ ୧୦ ଦିନ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବେ । ସହରକୁ କୌଣସି ପ୍ରକାର ପନିପରିବା ଓ କ୍ଷୀର ଜାତ ଦ୍ରବ୍ୟ ଯୋଗଣା କରିଯିବ ନାହିଁ କୃଷକ ସଂଗଠନ ଗୁଡ଼ିକ ନିଷ୍ପତ୍ତ ନେଇଛନ୍ତି । ଆଜି ପଞ୍ଜବାର ମଛିୱାରା ନାମ ଏକ ସ୍ଥାନରେ କୃଷକମାନେ ଜଣେ କ୍ଷୀର ବିକାଳିଙ୍କ ଠାରୁ କ୍ଷୀର ଛଡ଼଼ାଇ ଆଣି ରାଜରାସ୍ତାରେ ଢ଼ାଳି ଦେଇଛନ୍ତି । ଏଥିରୁ ମୋଦି ସରକାରଙ୍କ ଉପରେ କୃଷକଙ୍କ ରାଗ ଆପଣ ଠିକରେ ଜାଣିପାରୁଥିବେ ।

ପଞ୍ଜାବରେ ଆଜିଠାରୁ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଅଧ୍ୟକ୍ଷ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଡାକରା ଦେଇଛନ୍ତି । ମହାସଂଘ ସହିତ ଦେଶବ୍ୟାପୀ ଜଡିତ ଥିବା ଚାଷୀ ସଂଗଠନମାନେ ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ଆହ୍ୱାନ କରିଛନ୍ତି ।

Farmers Cutting of Milk and Vegetable Supplies Across Punjab

ଏହି ଆନ୍ଦୋଳନ ସେହି ଚାଷୀ ମାନଙ୍କ ଉଦ୍ଦେଶ୍ୟରେ କରାଯାଉଛି, ଯେଉଁମାନେ କି ଗତ ବର୍ଷ ଚାଷ କ୍ଷେତ୍ରରେ ସହିଥିବା ଅନେକ କ୍ଷତି କାରଣରୁ ଆତ୍ମହତ୍ୟା କରିଛନ୍ତି । ତେଣୁ ୧ଜୁନ ଠାରୁ ଯେ ପର୍ଯ୍ୟନ୍ତ ତାଙ୍କ ଦାବିକୁ କେନ୍ଦ୍ର ସରକାର ପୁରଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମହାସଂଘ । ଏହି ଆନ୍ଦୋଳନରେ ବିଭିନ୍ନ ରାଜ୍ୟର କିଶାନ ସଂଗଠନର ନେତାମାନଙ୍କୁ ଗାଁରୁ ସହରକୁ ଆସୁଥିବା କ୍ଷୀର, ପନି ପରିବା, ଭଳି ଚାଷ ଉତ୍ପାଦିତ ଦ୍ରବ୍ୟକୁ ଆଣିବାକୁ ବାରଣ କରାଯାଇଛି ।

ତେବେ ଏହି ଆନ୍ଦୋଳନ ପଛରେ ୨୦୧୪ରୁ ଚାଷୀ ଉପକ୍ରମ ଜିନିଷ ଉପରେ ଲଗାତାର ଭାବେ ସରକାର ମୁଲ୍ୟ ହ୍ରାସ କରାଉଛନ୍ତି । ୨୦୦୭ ମସିହାରେ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ସେତେବେଳେ ସ୍ୱାମୀନାଥନ କମିଟିକୁ ସୁପାରିଶ କରିଥିଲା । ଯେଉଁଥିରେ ଚାଷୀମାନଙ୍କ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ, ଏବଂ ଚାଷୀଙ୍କୁ ପେନସନ ଭଳି ସୁବିଧା ଯୋଗାଇ ଦେବା ପାଇଁ କମିଟିରେ ସୁପାରିଶ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଲାଗୁ କରାଯାଉ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି । ୨୦୧୪ ପୂର୍ବରୁ କଂଗ୍ରେସ ଯେଉଁଭଳି ଭାବେ ଚାଷୀଙ୍କୁ ପ୍ରତାରିତ କରୁଥିଲା । ୨୦୧୪ରେ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଦେବାର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ଚାଷୀଙ୍କ ତଣ୍ଟି ଚିପି ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ସଂଘର ସଭାପତି  ।