ଚାକିରି ପାଇଁ ଲିପଷ୍ଟିକ୍ ! ଏକ ନମ୍ବର ଅନୁଷ୍ଠାନର ଦୁଇ ନମ୍ବର ଧନ୍ଦା

40

କନକ ବ୍ୟୁରୋ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ଇଂଟରଭ୍ୟୁର ଭିତିରି କଥା ସାମ୍ନାକୁ ଆସିଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବି-ଟେକ୍ ପାଠ ପଢି ଇଂଜିନିୟରିଂ ଚାକିରି ପାଇଁ ଇଂଟରଭ୍ୟୁ ଦେଉଥିବା ଛାତ୍ରୀ ମାନେ କିଭଳି ସୁନ୍ଦର ଦେଖାଯିବେ , ସେ ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ସଂପୃକ୍ତ କମ୍ପାନୀର ଅଧିକାରୀ ମାନେ ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ କେଉଁ ଲିପଷ୍ଟିକ୍ ଲଗାଇଲେ ଛାତ୍ରୀ ମାନେ ଅଧିକ ଆକର୍ଷଣୀୟ ଦେଖାଯିବେ । ଏହା ସହ ପଚାରିଥିଲେ କେମିତି ଷ୍ଟାଇଲରେ ଚୁଟି କାଟିବେ ଏବଂ ଷ୍ଟ୍ରେଟନିଙ୍ଗ୍ କାହିଁକି ଆବଶ୍ୟକ । ନକଲି ନିଯୁକ୍ତି ପରେ ଏବେ ଏହି ସବୁ ଘଟଣା ଏହି ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।