ପୁଅ ଯାଉଥିଲା ପତରେ ପତରେ ବାପା ଧରିଦେଲେ ଡାଳ ! ଫେସବୁକରେ ଝିଅଙ୍କ ଫେକ୍ ଆଇଡି ଚଲାଉଥିଲା ପୁଅ,ମଜା ଚଖାଇବା ପାଇଁ ବାପା କଲେ କିଛି ଏଭଳି ।
ଫେସବୁକ୍ ବ୍ୟବହାର କରୁଥିବା ବେଳେ ଆପଣ ଅନେକ ଫେକ୍ ଆଇଡି ସଂସ୍ପର୍ଶରେ ଆସିଥିବେ । ଏହା ଏକ ସାଧାରଣ କଥା ହୋଇଥିଲେ ହେଁ ଗୋଟିଏ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ରାଜସ୍ଥାନରୁ । ନିଜର ଏକମାତ୍ର ପୁଅ ମନୋଜର ନିର୍ବନ୍ଧ ପିତା ରାଜକୁମାର ଜଣେ ପୁଅଙ୍କ ସହ କରାଇ ଦେଇଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏଭଳି କାହିଁକି ହେଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଅସଲ କଥା ହେଉଛି କିଛି ବର୍ଷରୁ ମନୋଜ କିଛି ଝିଅଙ୍କ ଫେକ୍ ଆଇଡି ପ୍ରସ୍ତୁତ କରି ଫେସବୁକ୍ ଚଲାଉଥିଲା ଏବଂ ଜାନୁ,ଧନ କହି ଯୁବକଙ୍କ ଠାରୁ ଟଙ୍କା ମଧ୍ୟ ହାତଉଥିଲା । କେତେବେଳେ ଫୋନ୍ ରିଚାର୍ଜ ତ ଆଉ କେତେବେଳେ ଟଙ୍କା ମାଗି ସେମାନଙ୍କୁ ବୋକା ବନାଉଥିଲା । କିନ୍ତୁ କଥା ସେତେବେଳେ ଜଣାପଡିଲା ଯେତେବେଳେ ମନୋଜ ପିତାଙ୍କୁ ଠକି ୨୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସପର୍ କଲେ । ସ୍ୱିଟି ଶର୍ମା ନାମକ ଜଣେ ଯୁବତୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରି ପୁଅ ବାପାଙ୍କୁ ଠକି ଆସୁଥିଲା । ଫଟୋରେ ମୋହିତ ହୋଇ ବାପା ମଧ୍ୟ ହିତାହିତ ଜ୍ଞାନ ଭୁଲି ଟଙ୍କା ଦେଇଥିଲେ । କିନ୍ତୁ ଥରେ ମନୋଜର ମୋବାଇଲ୍ ଚେକ୍ କରିବାରୁ ସବୁ ସତ ସାମ୍ନାକୁ ଆସିଗଲା । ଏଥିରେ ରାଗି ବାପା ପାଖ ଗାଁର ଜଣେ ଯୁବକଙ୍କ ସହ ପୁଅର ଜୋର ଜବରଦସ୍ତ ନିର୍ବନ୍ଧ କରିଦେଲେ ।