ଫେସବୁକ୍ ଖୁବଶୀଘ୍ର ଲଂଚ କରିବ ଭିଡ଼ିଓ ଚାଟ୍ ଉତ୍ପାଦ !

42

ଫେସବୁକର ଲୋକପ୍ରିୟତା ଏବେ ଖୁବ୍ ଶୀର୍ଷରେ । ଯୁବପୀଢୀଙ୍କ ମଧ୍ୟରେ ଏହା ଖୁବ୍ ଆଦୃତ । ଆଉ ଏହାର ଆଖି ଆଗରେ ରଖି ଫେସବୁକରେ ନୂଆ ନୂଆ ସୁବିଧା ସବୁ ଉପଲବ୍ଧ କରିବାରେ ଫେସବୁକ୍ ଟିମ୍ ଚେଷ୍ଟାରତ । ଖବର ଅନୁସାରେ , ଫେସବୁକ୍ ହାର୍ଡୱେୟାର ଉତ୍ପାଦକୁ ନେଇ ବଜାରକୁ ଓହ୍ଲାଇବାର ଯୋଜନା ଚଳେଇଛି । ଏବଂ ମେ’ ମାସରେ ହୋମ୍ ଭିଡିଓ ଚାଟ୍ ଉତ୍ପାଦ ଆଣିବ । ଯାହାର ନାମ ‘ପୋର୍ଟଲ’ ହେବ । ଏହି ଉତ୍ପାଦ ଆମାଜନର ଇକୋ ଶୋ ଓ ଗୁଗଲ ଆସିଷ୍ଟାଂଟ-ସଂଚାଳିତ ଟଚସ୍କ୍ରିନରେ କାର୍ଯ୍ୟ କରିବ ।

ଅନଲାଇନ୍ ନ୍ୟୁଜ୍ ନେଟୱର୍କ ଚୌଦରରେ ବୁଧବାର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ‘ପୋର୍ଟଲ ’ ଫେସବୁକ୍ର ଗୋପନୀୟତା ବିଲଡିଂ ୮ଲ୍ୟାବରୁ ବାହାରିଥିବା ପ୍ରଥମ ପୂର୍ଣ୍ଣ ଉତ୍ପାଦ ହେବ । , ଯାହା ମେ ରେ ଲଂଚ କରାଯିବ । ଏହି ସମୟରେ ନିଜର ବାର୍ଷିକ ଏଫ୮ ଡେଭଲପର କନଫରେନ୍ସର ଆୟୋଜନ କରିଥାଏ । ସମ୍ଭବତଃ ଏହି ସମୟରେ ଏହି ଉତ୍ପାଦ ଲଂଚ କରାଯିବ ।

ରିପୋର୍ଟରେ ଏହା କୁହାଯାଇଚି ଯେ, ଫେସବୁକ୍ ଏହି ଡିଭାଇସକୁ ୪୯୯ ଡଲାର ଦାମରେ ବିକ୍ରି କରିବ । ଯାହା ଅନଲାଇନ୍ ଓ ଅଫଲାଇନ୍ ଦୁଇ ଷ୍ଟୋରରେ ଉପଲବ୍ଧ ହେବ । ‘ପୋର୍ଟଲ’ ଆମାଜନର ଇକୋ ଶୋ ଓ ଚାରୋଟି ଗୁଗଲ ଆସିଷ୍ଟାଂଟ ସଂଚାଳିତ ସ୍ମାର୍ଟ ସ୍ପିକର ସଂଚାଳନ କରିବେ । ଯାହାକୁ ଏହି ସପ୍ତାହରେ ସିଇଏସ୍ ୨୦୧୮( କଂଜ୍ୟୁମର ଇଲେକ୍ଟ୍ରନିକ୍ ଶୋ)ରେ ସୋନି , ସାମସଙ୍ଗ ଅଧିନସ୍ଥ ଜେବିଏଲ୍ , ଏଲଜି ଓ ଲେନୋଭୋ ଲଂଚ କରିଥିଲେ । ‘ପୋର୍ଟଲ’ରେ ଏକ ୱାଇଡ୍ ଆଙ୍ଗଲ୍ ଲେସ୍ ହେବ । ଯାହା ଲୋକଙଯକ ଚେହେରା ଚିହ୍ନିବାରେ ଓ ଏହାକୁ ତାର ଫେସବୁକ୍ ଆକାଉଣ୍ଟ ସହ ମିଳାଇବାରେ ସକ୍ଷମ ହେବ ।