ପଂଜାବ ନାଭା ଜେଲରୁ ଫେରାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହରମିନ୍ଦର ସିଂ ମିଂଟୁ ଗିରଫ

34

କନକ ବ୍ୟୁରୋ : ପଂଜାବ ନାଭା ଜେଲରୁ ଫେରାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗିରଫ । ଖଲିସ୍ତାନ ଫୋର୍ସ ମୁଖ୍ୟ ହରମିନ୍ଦର ସିଂ ମିଂଟୁକୁ ଦିଲ୍ଲୀରୁ ଗିରଫ କରାଯାଇଛି । ପଂଜାବ ଓ ଦିଲ୍ଲୀ ପୁଲିସର ମିଳିତ ଟିମ୍ ତାକୁ କାବୁ କରିବାରେ ସମର୍ଥ ହୋଇଛନ୍ତି ।

ରବିବାର ସକାଳୁ ପଟିଆଲାସ୍ଥିତ ନାଭା ଜେଲରୁ ହରମିନ୍ଦର ମିଂଟୁ ସମେତ ୬ଜଣ କଏଦୀଙ୍କୁ ଖସାଇ ନେଇଥିଲେ ତାଙ୍କ ସହଯୋଗୀ ।

ପୁଲିସ ବେଶରେ ଆସି ୧୦ ଆତଙ୍କବାଦୀ ଅନ୍ଧାଧୁନ ଗୁଳିମାଡ କରିବା ସହ ସାଥୀ କଏଦୀମାନଙ୍କୁ ଛଡାଇ ନେଇଥିଲେ । ଏହି ଘଟଣା ପରେ ଜୋରଦାର ଖାନତଲାସି ଚଳାଇଥିଲା ପଂଜାବ ପୁଲିସ ।