କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ବିରୋଧରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ବନ୍ଦ ଡାକରା । ଏଥିସହ ଜନ ଆକ୍ରୋଶ ଦିବସ ପାଳନ କରୁଛି କଂଗ୍ରେସ । ତେବେ ବିମୁଦ୍ରାକରଣକୁ ନେଇ ଆଜି ବିରୋଧୀଙ୍କ ବନ୍ଦ ପାଳନ ଜନ ଆକ୍ରୋଶରେ ବଦଳିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବାମଦଳକୁ ଛାଡି କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ଆପ ସ୍ପଷ୍ଟ କରିଛନ୍ତି ବିମୁଦ୍ରାକରଣ ଲାଗୁ ନେଇ ଲୋକେ ହେଉଥିବା ହଇରାଣର ବିରୋଧ କରାଯିବ । ଏଣୁ ବନ୍ଦ ପାଳନ ନୁହେଁ ସାରା ଦେଶରେ ଆକ୍ରୋଶ ମାର୍ଚ୍ଚ କରାଯିବ ।
ସାରା ଦେଶରେ କଂଗ୍ରେସ ବିକ୍ଷୋଭ ଶୋଭାଯାତ୍ରା ବାହାର କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବ । ଅନ୍ୟପଟେ ବାମ ଦଳ ବିହାର ପଶ୍ଚିମବଙ୍ଗ ସମତେ ଦେଶର ଅନ୍ୟ କେତେକ ସ୍ଥାନରେ ବନ୍ଦ ଡାକରା ଦେଇଛନ୍ତି ।
ବିମୁଦ୍ରାକରଣକୁ ବିରୋଧ କରି ସାରାଦେଶରେ ସମସ୍ତ ବାମଦଳ ପାଳନ କରିବ ଆକ୍ରୋଶ ଦିବସ । ଏହା କୌଣସି ବନ୍ଦ ନୁହେଁ, ବିକ୍ଷୋଭ ।
ଦେଶର ସମସ୍ତ ଏସବିଆଇ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଆମାନ୍ୟ ଆନ୍ଦୋଳନ କରାଯିବ ବୋଲି ବାମଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ରର ମୋଦି ସରକାରଙ୍କ ଦୁରଦୃଷ୍ଟିର ଅଭାବଯୋଗୁଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି ବୋଲି ଦଳ ଅଭିଯୋଗ କରିଛି ।