ପିଏଫ ଆକାଉଂଟରୁ ପୁରା ଟଙ୍କା ଉଠାନ୍ତୁ ନାହିଁ । ସତର୍କ କଲା ଇପିଏଫଓ !

40

କର୍ମଚାରୀଙ୍କ ପାଇଁ ଭବିଷ୍ୟତ ପାଇଁ ସୁରକ୍ଷିତ ଭାବେ ଟଙ୍କା ସେଭିଂ କରିବାର ମାଧ୍ୟମହେଉଛି ପିଏଫ । କିନ୍ତୁ ଅନେକ ସମୟରେ ଆମେ ଯେତେବେଳେ ଚାକିରି ଛାନ୍ତି କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାକିରି ବଦଳାଇଥାନ୍ତି ସେତେବେଳେ ଟଙ୍କା ଉଠାଇଦେଇଥାନ୍ତି ।
କିନ୍ତୁ କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ ତାର ଉପଭୋକ୍ତାଙ୍କୁ ବାରମ୍ବାର ଟଙ୍କା ନଉଠାଇବାକୁ ପରାମର୍ଶ ଦେଇଛି । ତାର କାରଣ ହେଉଛି ଆପଣ ବାରମ୍ବାର ଟଙ୍କା ଉଠାଇଲେ କର୍ମଚାରୀ ସଂଗଠନ ଦେଉଥିବା ଲାଭ ଆପଣ ହରାଇପାରନ୍ତି ।

ସେଂଟ୍ରାଲ ଜୋନ ବା ପଂଜାବ ଓ ହିମାଚଳ ପ୍ରଦେଶର ଅତିରିକ୍ତ ପିଏଫ କମିଶନ ଭି. ଋଙ୍ଗନାଥ କହିଛନ୍ତି ପିଏଫରେ ଆପଣଙ୍କର ଯେଉଁ ଟଙ୍କା ଜମା ରହୁଛି ତାହା ସାମାଜିକ ସୁରକ୍ଷା ବା ଭବିଷ୍ୟତ ପାଇଁ ରଖାଯାଉଛି । ତେଣୁ ଲୋକମାନେ ଏହାକୁ ବ୍ୟାଙ୍କ ଆକାଉଂଟ ଭଳି ବ୍ୟବହାର କରିବା ଉଚିତ ନୁହେଁ । ସେ କହିଛନ୍ତି,ଆପଣଙ୍କର ଯଦି କୌଣସି ଜରୁରୀ କାମ ଟଙ୍କା ବିନା ଅଟକି ଯାଉଛି, ସେତେବେଳେ ଆପଣ ଏହି ଟଙ୍କା ଉଠାନ୍ତୁ । ନଚେତ ଦରକାର ନଥିଲେ ବାରମ୍ବାର ଉଠାନ୍ତୁ ନାହିଁ । ତା ସହ ସେ କହିଛନ୍ତି ଅବସର ନେବା ପର୍ଯ୍ୟନ୍ତ ଟଙ୍କା ଉଠାନ୍ତୁ ନାହିଁ ।

ରଙ୍ଗନାଥ କହିଛନ୍ତି ଅନେକ କର୍ମଚାରୀ ଛୋଟ ଛୋଟ କାମ ପାଇଁ ପିଏଫ ଆକାଉଂଟରୁ ବାରମ୍ବାର ଟଙ୍କା ଉଠାଉଛନ୍ତି । ଏହା ଦ୍ୱାରା ସେମାନେ ଟଙ୍କା ହରାଉଛନ୍ତି ତା ସହ ବୃଦ୍ଧାବସ୍ଥାରେ ସୁରକ୍ଷା ଓ ପେନସନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ ତାର ଗ୍ରାହକଙ୍କ ପାଇଁ ଅନେକ ସୁବିଧା ଆଣିଛି । ଆସନ୍ତା ମାର୍ଚ୍ଚ ପରଠାରୁ ପିଏଫ ଆକାଉଂଟଧାରୀ ନିଜ ଖାତାରେ କେତେ ଇଙ୍କିଏଫ ୟୁନିଟ ରହିଲା ଦେଖିପାରିବେ । ତା ସହ ତାଙ୍କ ଆକାଉଂଟରେ କେତେ ଟଙ୍କା ରହିଲା ସେମାନେ ଜାଣିପାରିବେ । ବର୍ତମାନ ଇପିଏଫଓର ୪.୫ କୋଟି ଲୋକ ଅଛନ୍ତି ।