ଜୁହିଙ୍କ ସହ ସିନେମା କରିବାକୁ ପସନ୍ଦ କରନ୍ତିନି ଭାଇଜାନ୍ ! ଜାଣନ୍ତୁ କାହିଁକି . . .

21

ସଲମାନ ଖାନ ଏବଂ ଜୁହି ଚାୱଲାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଆଜି କାଲିକାର ନୁହେଁ ବରଂ ଦୀର୍ଘ ଦିନ ତଳରୁ ହିଁ ଉଭୟଙ୍କ ମଧ୍ୟରେ ଦେଖାଦେଇଛି ମନାନ୍ତର । ତେବେ ଆପଣ ଯଦି ଏହା ପଛରେ ଥିବା ବାସ୍ତବ କାରଣ ସଂପର୍କରେ ଜାଣିବେ ତେବେ ଆପଣ ଚକିତ ହୋଇଯିବେ । କାରଣ ଘଟଣାଟି ସାମାନ୍ୟ ଥିବେ ମଧ୍ୟ ଏହା ଭାଇଜାନଙ୍କ ହୃଦୟକୁ ବହୁତ କଷ୍ଟ ଦେଇଥିଲା । ଯେଉଁଥି ପାଇଁ ସେ ଜୁହିଙ୍କ ସହିତ କାମ ନକରିବାକୁ ନିଷ୍ପତି ନେଇଥିଲେ ।

ସୂଚନା ମୁତାବକ, ଘଟଣାଟି ହେଉଛି ସେବେକାର ଯେବେ ଜୁହିଙ୍କ ନାଁ ବଲିଉଡ ଜଗତରେ ସବୁଠାରୁ ଶର୍ଷରେ ଥିଲା ଏବଂ ସଲମାନ ଥିଲେ ଜଣେ ମାମୁଲି ଅଭିନେତା । ତେବେ ଏହି ସମୟରେ ଜୁହିଙ୍କ ସହ କାମ କରିବାକୁ ପ୍ରତ୍ୟେକ ଅଭିନେତା ସ୍ୱପ୍ନ ଦେଖୁଥିଲେ । ଏହି ସମୟରେ ଜଣେ ନିର୍ଦ୍ଦେଶକ ସଲମାନ ଏବଂ ଜୁହିଙ୍କୁ ନେଇ ଏକ ସିନେମା ନିର୍ମାଣ କରିବାକୁ ଚାହୁିଥିଲେ । ଏବଂ ସିନେମା ଅଫରକୁ ନେଇ ସେ ଜୁହିଙ୍କ ନିକଟକୁ ଯାଇଥିଲେ ।

କିନ୍ତୁ ଜୁହିଙ୍କ ନଖରା ଦେଖିବାକୁ ମିଳିଥିଲା ଏହି ସିନେମାରେ ଅର୍ଥାତ୍ ସେ ପ୍ରଥମେ ଏହି ଅଫରଟିକୁ ଦୀର୍ଘ ସମୟ ଧରି ଝୁଲାଇ ରଖିଥିଲେ ଏବଂ ଶେଷରେ ମନା କରିଦେଇଥିଲେ । ଖାଲି ସେତିକି ନୁହେଁ ସେ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇ କହିଥିଲେ କି, ତାଙ୍କ ସହିତ ସିନେମାରେ ସଲମାନଙ୍କ ସ୍ଥାନରେ ଆମିର ଖାନଙ୍କୁ ରଖିବା ପାଇଁ । ବାସ୍ କଥା ଏତିକି, ଯେତେବେଳେ ସଲମାନ ଏବିଷୟରେ ଜାଣିବାକୁ ପାଇଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ହୋଇଥିଲା ଏବଂ ସେହିଦିନଠାରୁ ସେ ଜୁହିଙ୍କ ସହ କାମ ନକରିବାକୁ ନିଷ୍ପତି ନେଇଥିଲେ ।