ଅମିରଖାନଙ୍କ ଡିନର ପାର୍ଟିରେ ପହଞ୍ଚି ମ୍ୟାଜିକ୍ ଶିଖିଲେ ସଚିନ!

81

ବଲିଉଡର ଅଭିନେତା ଅମିରଖାନ ଏକ ନୈଶ ଭୋଜିର ଆୟୋଜନ କରିଥିବା କଥା ଜଣାପଡିଛି । ଏହି ଭୋଜିରେ ଭାରତୀୟ କ୍ରିକେଟର ହିରୋ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଞ୍ଜଳୀ ଭୋଜିରେ ଅତିଥି ହେଇ ଯାଇଥିବା ଜଣାପଡିଛି । ଏହାସହ ବରୁଣ ଧାବନ, ଫାନିମା ସନା ରେଖ ଏବଂ ଡାଇରେକ୍ଟର ଆଶୁତୋଷ ସାମିଲ ହୋଇଛନ୍ତି ।

ଏହି ଭୋଜିକୁ ଏକ ଯାଦୁଗରକୁ ନିମନ୍ତ୍ରଣ କରାଯାଇଥିଲା । ତାଙ୍କଠାରୁ ସଚିନ ଓ ଅମିତ ମ୍ୟାଜିକ ଦେଖିବା ସହ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସଚିନ । ପରେ ସେମାନେ ମଧ୍ୟ ଯାଦୁ ଶିଖୁଥିବାର ଦେଖା ଯାଇଥିଲା । ବଲିଉଡର ଅଭିନେତ୍ରୀ ଫାନିମା ସନା ଶେଖ୍ ସଚିନ ଯାଦୁ ଶିଖୁଥିବା ସମୟର କେତେକ ଭିଡିଓ ୟୁ ଟ୍ୟୁବରେ ପୋଷ୍ଟ କରିଛନ୍ତି ।

ଏହା ପ୍ରଥମ ଥର ଦେଖାଗଲା କି ସଚିନଙ୍କ ହାତରେ ବ୍ୟାଟବଲ ନଥାଇ ଥିଲା ମ୍ୟାଜିକ୍ର ବହି । ଏହା ସହ ଅନେକ ବଲିଉଡ କଳାକାର ମାନେ ମଧ୍ୟ ଯାଦୁ ଶିଖୁଥିବାର ଦେଖାଯାଇଥିଲା ।

ଅମିର ଖାନ କାହିଁକି ଏପରି ବିରାଟ ପାର୍ଟିର ଆୟୋଜନ କରିଥିଲେ ତାହା ଜଣା ପଡିନାହିଁ । କିନ୍ତୁ ଏହା ଏକ ବିଶାଳ ପାର୍ଟି ଥିଲା ବୋଲି ଜଣାପଡିଛି । ଏହାଛଡା ଏଠାରେ ଯାହାର ଯାହାର ମନମାଳିନ୍ୟ ଥିଲା ସେମାନେ ସମସ୍ତେ ସବୁ କିଛି ଭୁଲି ଏକାଠି ନାଚଗୀତ କରୁଥିବା ଦେଖିବାକୁ ମିଳିଛି । ଏହି ପାର୍ଟି ପାଖାପାଖି ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲୁ ରହିଥିଲା ।