କାମ ପାଇଁ ଚୋରି କରିବାକୁ ବି ପଛେଇ ନଥିଲେ ରଣବୀର । ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ ।
ଅଭିନେତା ରଣବୀର ସିଂ ଯେ ଜଣେ ଉଚ୍ଚ ସ୍ତରୀୟ ତାରକା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାଙ୍କ ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ତେବେ ନିକଟରେ ଏକ ଇଂଟରଭ୍ୟୁରେ ରଣବୀର ତାଙ୍କ ସଂଘର୍ଷ ବିଷୟରେ କହିଛନ୍ତି । ସେ କହିଛନ୍ତି କେଉଁଭଳି ଲୋକ ପୋର୍ଟଫୋଲିଓ ବନାନ୍ତି ଏବଂ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ତାକୁ ଡଷ୍ଟବିନରେ ଫିଙ୍ଗି ଦିଅନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ କାମ ଓ ମୌକା ପାଇବା ପାଇଁ ଏବଂ ଫିଲ୍ମ ନିର୍ମାତାଙ୍କ ସହିତ ସଂପର୍କ କରିବା ପାଇଁ କେଉଁଭଳି ଭାବରେ ସେ ଲୋକଙ୍କ ମୋବାଇଲରୁ ନମ୍ବର ଚୋରି କରୁଥିଲେ । ଏଥିପାଇଁ ସେ ରୋସ୍ତେରାଁ ଏବଂ କ୍ଲବ୍ସରେ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ପିଛା କରୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରଣବୀର ଏହା ମଧ୍ୟ କହିଛନ୍ତିଯେ ସେ ତାଙ୍କର ପୋର୍ଟଫୋଲିଓ ଧରି ଏଣେତେଣେ ଘୁରି ବୁଲୁଥିଲେ,ଏଥିପାଇଁଯେ ଲୋକ ତାଙ୍କୁ ଜାଣନ୍ତୁ ଯେ ସେ ଜଣେ ନୂଆ ଅଭିନେତା ଯିଏକି କାମ ଖୋଜୁଛନ୍ତି । ତେବେ ୮ରୁ ୧୦ ମାସ ପରେ ତାଙ୍କୁ ସାନୁଙ୍କ ତରଫରୁ କଲ ଆସିଥିଲା ଏବଂ ୟଶରାଜ ଫିଲ୍ମ ପ୍ରଡକ୍ସନ ଏକ ନୂଆ ଚେହେରା ଖୋଜୁଥିବା କଥା ସେ କହିଥିଲେ । ତେବେ ଏଥିପାଇଁ ସେ ଚିନ୍ତିତ ହୋଇଯାଇଥିଲେ । କାରଣ ସେ ଜାଣଥିଲେଯେ ବଡ଼ ପ୍ରଡକ୍ସନ ହାଉସ ମାନଙ୍କ ମଧ୍ୟରୁ ୟଶରାଜ ଗୋଟିଏ ଏବଂ ସେ କେବଳ ତାରକା ମାନଙ୍କ ସହିତ କାମ କରନ୍ତି ।
ଅଡିସନରେ ଶହେ ପ୍ରତିଶତ ଦେବା ପରେ ସେ ସିଲେକ୍ସନ ହୋଇଥିଲେ ଓ ବ୍ୟାଣ୍ଡ ବାଜା ବାରାତରେ ତାଙ୍କୁ ମୌକା ମିଳିଥିଲା । ତେବେ ଏତେ ସଂଘର୍ଷ ପରେ ସେ ସୁଯୋଗ ପାଇଲେ ଏବଂ ଜଣେ ପ୍ରସିଦ୍ଧ ତାରକା ଭାବରେ ନିଜକୁ ପ୍ରମାଣିତ କରିପାରିଲେ । ରଣବୀର ଫିଲ୍ମ ପଦ୍ମାବତୀରେ ଦମଦାର ଅଭିନୟ କରିସାରିବା ପରେ ତାଙ୍କର ଆଗାମୀ ଫିଲ୍ମ ‘ଗଲି ବଏ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।