ଅଜୟ ଦେବଗନଙ୍କ ‘ରେଡ୍’ ସମୟରେ ଜବତ କଲେ ୪୨୦ କୋଟି ଟଙ୍କା । ଜାଣନ୍ତୁ ପୂରା ମାମଲା

40

ବଲିଉଡର ପ୍ରତିଭାବାନ୍ ଅଭିନେତା ଅଜୟ ଦେବଗନ୍ ଏବେ ଏକ ନୂଆ ସିନେମାରେ ଆସୁଛନ୍ତି । ଏହା ହେଲା ‘ ରେଡ୍’ । ଏଥିରେ ଅଜୟ ଦେବଗନଙ୍କ ବିପକ୍ଷରେ ନଜର ଆସିବେ ଇଲିଆନା ଡିକ୍ରୁଜ୍ । ଏହା ଏହି ଯୋଡିଙ୍କର ଦ୍ୱିତୀୟ ସିନେମା। ‘ରେଡ୍’ର କଥାବସ୍ତୁ ଉତ୍ତର ପ୍ରଦେଶରେ ଲକ୍ଷ୍ନୌଠାରେ ୧୯୮୧ ମସିହାରେ ହୋଇଥିବା ଆୟକର ବିଭାଗର ଏକ ବଡ଼ ଚଢାଉ ପ୍ରସଙ୍ଗ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ୍ ଜଣେ କର୍ତ୍ତବ୍ୟନିଷ୍ଠ ଭାରତୀୟ ରାଜସ୍ୱ ସେବା ( ଆଇ ଆର ଏସ୍) ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ସେ ଏହି ରେଡ୍ ସମୟରେ ଘରୁ ୪୨୦ କୋଟି ଟଙ୍କା ଜବତ କରିଥିଲେ ।

‘ରେଡ୍’ର ସ୍କ୍ରିପ୍ଟ ଲେଖିଛନ୍ତି ‘ପିଙ୍କ୍’ ଫେମ୍ ରିତେଶ ଶାହା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ନୋ ଓ୍ଵାନ୍ କିଲ୍ଡ ଜେସିକା’ ଭଳି ସତ୍ୟ ଘଟଣା ଆଧାରିତ ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା । ଏଥିରେ ସୌରଭ ଶୁକ୍ଳା ଅଛନ୍ତି ନେଗେଟିଭ୍ ରୋଲରେ। ଅଜୟ ଦେବଗନଙ୍କ ପୂର୍ବ ସିନେମା ‘ଗୋଲମାଲ ଏଗେନ୍’ ୨୦୦ କୋଟି ଟଙ୍କାର ଆୟ କରିଥିଲା । ଏବେ ଦେଖିବା କଥା ‘ରେଡ୍’ କେତେ ଆୟ କରୁଛି । ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି ଏବଂ ଏହା ଆଗାମୀ ମାର୍ଚ୍ଚ ୧୬ ତାରିଖରେ ମୁକ୍ତିଲାଭ କରିବ।