ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ! ତିକ୍ତତା ବଢୁଛି କରଣ ଓ କାଜଲଙ୍କ ମଧ୍ୟରେ

59

ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତ୍ରୀ କାଜଲଙ୍କ ମଧ୍ୟରେ ବନ୍ଧୁତା କଥା ସମସ୍ତେ ଜାଣନ୍ତି । ହେଲେ ଏବେ ଏହି ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି ଶୁଣାଯାଉଛି । ନିକଟରେ ଏକ କାର୍ଯ୍ୟକ୍ରମରେ ଦୁହେଁ ମୁହାଁମୁହିଁ ହୋଇଥିବା ବେଳେ କରଣ ମୁହଁ ବୁଲାଇ ଚାଲିଯାଇଥିଲେ । ଥରେ ବି ଚାହିଁ ନଥିଲେ କାଜଲଙ୍କୁ ।

କାଜଲ ବାରମ୍ବାର କରଣଙ୍କୁ ନାଁ ଧରି ଡାକିବା ସତ୍ତ୍ୱେ କରଣ ପଛକୁ ଚାହିଁନଥିଲେ । ଅନ୍ୟପକ୍ଷରେ ଗଣମାଧ୍ୟମର ପ୍ରତିନିଧିଙ୍କ ସମ୍ମୁଖରେ ଏଭଳି ପରିସ୍ଥିତିରେ କାଜଲ କିଛି ନକହି ଚୁପଚାପ୍ ଭିତରକୁ ଚାଲିଯାଇଥିଲେ । ଅନ୍ୟ ସିନେ ବନ୍ଧୁଙ୍କ କହିବାନୁସାରେ ଏ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ବଢିଯାଇଛି । କାଜଲଙ୍କ ସ୍ୱାମୀ ଅଜୟ ଦେବଗନଙ୍କ କାରଣରୁ ହିଁ ଏହି ସବୁ ଅସୁବିଧା ହୋଇଛି । ବିଚାରି କାଜଲ ଏବେ ଅଡୁଆରେ ।