୪୬ ବର୍ଷରେ ପାଦ ଦେଲେ ତବୁ । ଜାଣନ୍ତୁ କାହିଁକି ରହିଛନ୍ତି କୁମାରୀ

37

ବଲିଉଡର ସମ୍ବେଦନଶୀଳ ବା ସେନସିଟିଭ ନାୟିକା ଭାବେ ପରିଚିତ ତବୁ ଆଜି ୪୬ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ଆଜି ତାଙ୍କ ୪୬ତମ ଜନ୍ମ ଦିବସ ନିଜ ଅନ୍ଦାଜରେ ପାଳନ କରିଛନ୍ତି । ତିନି ଦଶକରୁ ସେ ଚଳଚ୍ଚିତ୍ରରେ ଅଭିନୟ କରିଆସୁଛନ୍ତି । ଏହି କିଛି ଦିନ ପୂର୍ବେ ତାଙ୍କ ଅଭିନୀତ ‘ଗୋଲମାଲ ଅଗେନ’ ରିଲିଜ ହେବା ସହ ବଲିଉଡ ବ୍ଲକବାଷ୍ଟରରେ ସୁପର ଡୁପର ହିଟ୍ ହୋଇଥିଲା ।

୧୯୮୦ମସିହାରେ ଚଳଚ୍ଚିତ୍ର ଜଗତରେ କାମ କରିଆସୁଥିବା ତବୁ ତାଙ୍କ ଚଳଚିତ୍ର କ୍ୟାରିୟରରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ଲୋକପ୍ରିୟ ମଧ୍ୟ ହୋଇଛନ୍ତି । ଚଳଚ୍ଚିତ୍ର ପୃଷ୍ଠଭୂମି ପରିବାରବର୍ଗରୁ ଆସିଥିବା ହେତୁ ତବୁଙ୍କର ପିଲାଦିନରୁ ଚଳଚ୍ଚିତ୍ର ପ୍ରତି ରୁଚି ଥିଲା । ବୟସର ଏହି ପର୍ଯ୍ୟାୟରେ ଆସି ମଧ୍ୟ ତବୁ ଅବିବାହିତା ଅଛନ୍ତି । ତାଙ୍କର ବିବାହ କରିବାର କୌଣସି କାରଣ ନଥିବା କିଛିଦିନ ପୂର୍ବେ ହୋଇଥିବା ଏକ ସାକ୍ଷାତକାରରେ ତବୁ କହିଛନ୍ତି । ଏବଂ ସେହି ସାକ୍ଷାତକାରରେ ନିଜ ଅବିବାହିତା ହେବା କାରଣ ଅଜୟ ଦେବଗନଙ୍କୁ ଦର୍ଶାଇଥିଲେ ।

ସାକ୍ଷାତକାରରେ ତବୁ କହିଥିଲେ, ‘ମୋ ସମ୍ପର୍କୀୟ ସମୀର ଆର୍ଯ୍ୟ ଏବଂ ଅଜୟ ଦେବଗନ ପଡୋଶୀ ଥିଲେ । ଏହି ଦୁଇଜଣ ମୋ ଉପରେ ନଜର ରଖୁଥଲେ ଏବଂ ପିଛା କରୁଥିଲେ । ଯଦି କୌଣସି ପୁରୁଷ ମୋ ଆଖପାଖରେ ଦିଶୁଥିଲେ ଏମାନେ ତାକୁ ପିଟୁଥିଲେ । ଏହିସବୁ କାରଣ ଯୋଗୁଁ ଆଜି ପର୍ଯ୍ୟନ୍ତ ମୁଁ ଅବିବାହିତା ଏବଂ ଏହାର ଏକ ମାତ୍ର କାରଣ ହେଉଛନ୍ତି ଅଜୟ ଦେବଗନ । ତେବେ ଏଥିରେ କେତେ ସତ କେତେ ମିଛ ରହିଛି କାହାକୁ ଜଣାନାହିଁ । ମାତ୍ର ଏପରି ଶୁଣିବାକୁ ମିଳିଥିଲା ଯେ ସେ ଅଜୟ ଦେବଗନଙ୍କୁ ପସନ୍ଦ କରିଥିଲେ ମାତ୍ର ଅଜୟ ଦେବଗନ କାଜଲଙ୍କୁ ବିବାହ କରିଥିଲେ । ଏହାପରେ ନାଗାର୍ଜୁନଙ୍କ ସହ ତାଙ୍କର ସମ୍ପର୍କ ଥିଲା । ୧୫ବର୍ଷ କାଳ ସେମାନେ ରିଲେସନସିପରେ ଥିବା ସତ୍ୱେ ସେ ନାର୍ଗାଜୁନଙ୍କୁ ବିବାହ କରିନଥିଲେ କାରଣ ସେ ସମୟରେ ନାଗାର୍ଜୁନ ୨ଥର ବିବାହ କରିସାରିଥିଲେ ତେଣୁ ସେ ତୃତୀୟ ଥର ବିବାହ ନକରିବାକୁ ଚାହିଁଥିବା ଶୁଣିବାକୁ ମିଳିଥିଲା ।