‘ବାହୁବଳୀ-ଟୁ’ ଦେଖାଇବ ଦମ୍ ! କେବଳ ଭାରତରେ ୬୫୦୦ଟି ପରଦାରେ ହେବ ରିଲିଜ୍

55

‘ବାହୁବଳୀ : ଦ କନକ୍ଲୁଜନ’ର ରିଲିଜକୁ ସିନେଦର୍ଶକଙ୍କ ମଧ୍ୟରେ ଭରି ରହିଛି ପ୍ରବଳ ଉତ୍କଣ୍ଠା । କାରଁ ଏହାର ପ୍ରଥମ ଝଲକଟି ଲୋକଙ୍କୁ କରିଛି ଆକୃଷ୍ଠ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସିନେମାଟିପରଦାକୁ ଆସିବା ପୂର୍ବରୁ ହିଁ ଏହା ସୃଷ୍ଟି କରିଛି ରେକର୍ଡ । ଯାହାର କିଛି କଥା ଆଜି ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛୁ ।
ତେବେ କଥାଟା ହେଲା, ମାତ୍ର ୨ ମିନିଟ୍ ୨୦ ସେକେଣ୍ଡର ‘ବାହୁବଳୀ-ଟୁ’ର ଟ୍ରେଲରଟିକୁ ଖୁବ୍ କମ୍ ସମୟ ମଧ୍ୟରେ ସବୁଠାରୁ ଅଧିକଥର ଦେଖାଯିବାର ରେକର୍ଡ ସୃଷ୍ଟି କରପାରିଛି । ଯାହାକୁ ପାଖାପାଖି ୪ଟି ଭାଷାରେ ଅନୁବାଦିତ କରାଯାଇଥିଲା ।

ଏକ ରିପୋର୍ଟ ଅନୁସାରେ, ‘ବାହୁବଳୀ-ଟୁ’ରେ ଭାରତର କେବଳ ୬୫୦୦ ପରଦାରେ ରିଲିଜ କରାଯିବାର ସୂଚନା ମିଳିଛି । ଏହଛଡା, ନର୍ଥ ଆମେରକାରେ ୭୫୦ ପରଦାରେ ଓ ଦୁନିଆର ପାଖାପାଖି ୩୦ ଦେଶର ୧୦୦୦ ପରଦାରେ ଏହା ନଜର ଆସିବ ବୋଲି ଶୁଣିବାକୁ ମିଳିଛି । ଏଠାରେ ଆମେ କହିରଖୁଛୁ କି, ସିନେମାର ଦୁଇଟି ଯାକ ଭାଗକୁ ମିଶାଇ ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛିା

ତେବେ ୨୦୧୫ରେ ପରଦାକୁ ଆସିଥିବା ସିନେମାର ପ୍ରଥମଭାଗଟି ଏହାର ଦ୍ୱିତୀୟ ଭାଗଠୁ ପ୍ରାୟ ୬୫୦ରୁ ଅଧିକ ଗ୍ରାସ କଲେକସନ କରିଥିଲା । ଯେଉଁଥିରେ ପ୍ରଯୋଜକଙ୍କ ଅଶିଂଦାର ପାଖାପାଖି ୨୫୦ କୋଟି ଟଙ୍କା ରହିଥିଲା । ଏହାସହ ସିନେମାର ଡିଷ୍ଟ୍ରିବୁଟର୍ସଙ୍କୁ ମଧ୍ୟ ସେହିଭଳି ମୁନାଫା ମିଳିଥିଲା । ତେବେ ‘ବାହୁବଳୀ-ଟୁ’ର ଲେଖକ ପ୍ରାୟତଃ ପ୍ରଥମ ସିନେମାଠାରୁ ତାଙ୍କର ଦ୍ୱିତୀୟ ଭାଗକୁ ଅଧିକା ଦାମରେ ବିକ୍ରି କରିଛନ୍ତି ବୋଲି ସୂଚନା ମିଳିଛି ।

ସିିନେମାର ଟ୍ରେଲରଟିର ଲଂଚ କରିବା ଅବସରରେ ଏହାର ନିର୍ମାତା ସୂଚନା ଦେଇଥିଲେ କି, ବାହୁବଳୀ-ଟୁ ର ରିଲିଜ ପୂର୍ବରୁ ହିଁ ଏହାର ପ୍ରଥମଭାଗ ତଥା ‘ବାହୁବଳୀ’କୁ ପୁଣି ଥରେ ରିଲିଜ କରାଯିବ କାରଣ ଏଭଳି କରିବାଦ୍ୱାରା ଦୁଇଟି ସିନେମାର କଲେକ୍ସନ ଦମଦାର ହେବ ବୋଲି ସେ ମତ ଦେଇଛନ୍ତି ।