ସିନେମାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ! ଭାଇଜାନଙ୍କ ସହ ପ୍ରଭାସଙ୍କର ରହିଛି କିଛି ଏଭଳି ସାମଞ୍ଜସ୍ୟ

37

ସିନେମା ବାହୁବଳୀ ପରେ ପରେ ଦକ୍ଷିଣ ଭାରତର ସୁପରଷ୍ଟାର ପ୍ରଭାସ ବଲିଉଡ ଦର୍ଶକଙ୍କ ହୃଦୟରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି,ଅନେକ ମାମଲାରେ ପ୍ରଭାସ ବଜରଂଗୀ ଭାଇଜାନଙ୍କ ଭଳି ସମାନ ଅଟନ୍ତି । ତେବେ ଆସନ୍ତୁ ଜାଣିବା . . .

ବିବାହ ମାମଲାରେ

ସବୁଠାରୁ ଶୀର୍ଷରେ ରହିଛି ଉଭୟଙ୍କ ବିବାହ ପ୍ରସଂଗ । କାରଣ ଯେଉଁଭଳି ସଲମାନଙ୍କ ନାଁ ଆସିଲେ ତାଙ୍କ ବିବାହକୁ ନେଇ ପ୍ରଶ୍ନ ଉଠିଥାଏ । ସେହିଭଳି ପ୍ରଭାସଙ୍କ ବିବାହ ପ୍ରସଂଗଟି ମଧ୍ୟ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ସେ ଯେତେବେଳେ ନିଜ ସିନେମା ତଥା ବାହୁବଳୀ-ଟୁର ପ୍ରମୋସନରେ ଯେଉଁଠାକୁ ବି ଯାଉଛନ୍ତି ତାଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡେ ।

ପ୍ରେମ ମାମଲାରେ

ପ୍ରେମରେ ପାଗଳ ହେବା ମାମଲାରେ ମଧ୍ୟ ଉଭୟ ଏକାଭଳି । କାରଣ ସଲମାନ ନିଜ ପ୍ରେମ ସଂପର୍କକୁ ନେଇ ବହୁତ ପୋଜେସିପ ରହିଆସିଛନ୍ତି । ଆଉ ଠିକ୍ ସେଭଳି ଅନ୍ଦାଜ୍ ମଧ୍ୟ ପ୍ରଭାସଙ୍କଠାରେ ଦେଖିବାକୁ ମିଳିଛି । ତେବେ ତ ପ୍ରଭାସଙ୍କ ପ୍ରେମ ସଂପର୍କ ଅନୁଷ୍କା ସେଠୀଙ୍କ ସହ ଯୋଡି ହୋଇଯାଇଛି ଏବଂ ଯେଉଁଥି ପାଇଁ ସେ ତାଙ୍କ ବିବାହ ଅନ୍ୟ କେଉଁଠି କରାଇ ଦେଉନାହିଁନ୍ତି ।

କଥା କହିବାର ଶୈଳୀ

ଯଦି ଆପଣ ଉଭୟଙ୍କ କଥା କହିବାର ଶୈଳୀକୁ ଭଲଭାବରେ ଧ୍ୟାନ ଦିଅନ୍ତି ତେବେ ଆପଣ ଦୁହିଁଙ୍କଠାରେ ସମାନତା ଦେଖିବାକୁ ପାଇବେ । ଦୁହେଁ ହିଁ କଥା କହିବା ସମୟରେ ଲାଜକୁଳା ଭାବେ ନଜର ଆସନ୍ତି । ଏବଂ ସୀମିତ ଶଦ୍ଦରେ ହିଁ ନିଜର ଜବାବ୍ ରଖନ୍ତି ।

ହସିବାର ଶୈଳୀ

ସେହିପରେ ଉଭୟଙ୍କ ହସିବାର ଶୈଳୀ ମଧ୍ୟ ସମାନ ଅଟେ । ତେବେ ପ୍ରଭାସ ଏବଂ ସଲମାନଙ୍କ ଟିକିଏ ହସ ପାଇଁ କୋଟି କୋଟି ଫ୍ୟାନ୍ସ ହୋଇଯାଆନ୍ତି ଫିଦା ।

ସ୍ୱାସ୍ଥ୍ୟ ମାମଲାରେ

ଉଭୟଙ୍କ ଆର୍ଷଣୀୟ ସ୍ୱାସ୍ଥ୍ୟ କାରଣରୁ ମଧ୍ୟ ସେମାନେ ଯୁବାପିଢୀରେ ଲୋକପ୍ରିୟ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ସଲମାନଙ୍କ ଭଳି ପ୍ରଭାସ ମଧ୍ୟ ଆକ୍ସନ ଓ ରୋମାଂଟିକ୍ ସିନେମା କରିବାକୁ ପସନ୍ଦ କରନ୍ତି । ତେବେ ଦୁହେଁ ନିଜର ଦମଦାର ଅଭିନୟରେ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ହୃଦୟରେ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ଖାସ୍ ସ୍ଥାନ ।