‘ଇତେଫାକ୍’ର ରିମେକ୍ ‘ଇଟ୍ ହାଫେଣ୍ଡ ୱାନ୍ ନାଇଟ୍’ର ପ୍ରଥମ ଲୁକ୍ ରିଲିଜ୍

24

ରାଜେଶ ଖାନ୍ନା ଅଭିନୀତ ପ୍ରସିଦ୍ଧ ସସପେନ୍ସ ଥ୍ରୀଲର ଫିଲ୍ମ ‘ଇତେଫାକ୍’ର ରିମେକ୍ ‘ଇଟ୍ ହାପେଣ୍ଡ ୱାନ୍ ନାଇଟ୍’ ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହାକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି ଶାହରୁଖ ଖାନ୍ । ସେ ଏହି ରିମେକ୍ ଫିଲ୍ମଟିର ସହ ପ୍ରଯୋଜକ ଅଛନ୍ତି ।

ଶାହରୁଖ ସେୟାର କରିଥିବା ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ସିଦ୍ଧାର୍ଥ ମାଲହୋତ୍ରା ହାତକଡ଼ିରେ ବନ୍ଧା ହୋଇଛନ୍ତି । ସିଦ୍ଧାର୍ଥ ଏହି ଫିଲ୍ମର ଲିଡ୍ ରେ ଅଛନ୍ତି । ଏହି ଫଟୋକୁ ପରେ ସିଦ୍ଧାର୍ଥ ମାଲହୋତ୍ରା, ପ୍ରଯୋଜକ କରଣ ଜୋହର , ଫିଲ୍ମର ମୁଖ୍ୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା , ଜୁନୋ ଚୋପ୍ରା ଓ ଅଭୟ ଚୋପ୍ରା ମଧ୍ୟ ସେୟାର କରିଛନ୍ତି । ସିଦ୍ଧାର୍ଥ ଓ ସୋନାକ୍ଷୀ କହିଛନ୍ତିି ଯେ ଏହି କାହାଣୀର ଅନେକ ରହସ୍ୟ ରହିଛି ।