ଆଗକୁ ‘ ବାହୁବଳୀ – ୩ ’ ! ଏହା ହେଉଛି ତାର ୬ଟି କାରଣ

45

baahubali-2-movie-review-7592‘ବାହୁବଳୀ’ର ୨ୟ ଭାଗ ପରେ ‘ବାହୁବଳୀ’ର ୩ ଭାଗ ତିଆରି ହୋଇପାରେ । ଇଏ ହେଉଛି ତାର ୬ଟି ପ୍ରମାଣ । କଟ୍ଟପା ବାହୁବଳୀକୁ କାହିଁକି ମାରିଲା ଏହି ରହସ୍ୟର ତ ପରଦା ଘଟିଯାଇଛି । ୨ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବାହୁବଳୀ ପ୍ରଶଂସକମାନେ ଶେଷରେ ଏହାର ପ୍ରମାଣ ନିଜ ଆଖିରେ ଦେଖିଲେ । ଆଉ ଫିଲ୍ମର ଭରପୁର ମନୋରଂଜନ କଲେ । ବକ୍ସ ଅଫିସରେ ଏକ ନୂଆ ଇତିହାସ ରଚିଲା ବାହୁବଳୀ ।

ଏବେ ପ୍ରଶ୍ନ ଉଠୁଛି କଣ ବାହୁବଳୀର ୩ୟ ଭାଗ ଆସିବ କି ? ଏହା ସତ ବି ହୋଇପାରେ । କିନ୍ତୁ କୈାଣସି ଅଫିସିଆଲ ଘୋଷଣା ହୋଇନାହିଁ । ହେଲେ ଏଥିପାଇଁ ରହିଛି ୬ଟି ପ୍ରମାଣ । ୩ ୟ ଭାଗ ପାଇଁ ବାହୁବଳୀ-୨ରେ କିଛି ଡାଏଲଗ୍ ଓ ଚରିତ୍ରକୁ ଦେଖିଲେ ଲାଗୁଛି ଯେ ଆଉ କିଛି ଅଧୁରା ରହୁଛି ଏହି ଫିଲ୍ମରେ ।

୧ –ବାହୁବଳୀ-୨ ରେ ଭଲାଲ୍ ଦେବର ମୃତ୍ୟୁ ଘଟୁଛି । ହେଲେ ତାର ପିତା ଦୁର୍ଯ୍ୟୋଦେବ ଏବେବି ବଂଚିଛି । ସେ ବି ନିଜ ପୁତ୍ର ମୃତ୍ୟୁର ପ୍ରତିଶୋଧ ନେଇପାରେ ।

୨ –କଟ୍ଟପାର ଭୂମିକାରେ ମଧ୍ୟ ଅନେକ ମୋଡ ରହିଛି । ସେ ବି ଜଣେ ଯୋଦ୍ଧା ଭାବେ ଫିଲ୍ମ ୨ରେ ଦର୍ଶାଯାଇଛି ।

୩ -ଫିଲ୍ମର ଶେଷ ଡାଏଲଗରେ ମଧ୍ୟ ରହିଛି ରହସ୍ୟ । ଯେଉଁଥିରେ ବାହୁବଳୀ କହୁଛି ମୋ କଥା ହିଁ ଶାସନ । ଏହି କଥାରେ ବି କିଛି କଥା ଲୁଚି ରହିଛି ।

୪ -ଫିଲ୍ମ ଶେଷ ହେବା ବେଳକୁ ଜଣେ ପିଲାର ସ୍ୱର ଶୁଭୁଛି । ଯେ ପ୍ରଶ୍ନ କରୁଛି ଏହିଥର ମାହିଷ୍ମତିର ଶାସନ କିଏ କଲା ?
୫ – ମହେନ୍ଦ୍ର ବାହୁବଳୀ ଓ ଅବନ୍ତିକାର ବିବାହ ମଧ୍ୟ ହୋଇନି । ପ୍ରଥମ ଭାଗ ଅପେକ୍ଷା ୨ୟ ଭାଗରେ ଅବନ୍ତିକାର ଭୂମିକାକୁ ଗୈାଣ କରିଦିଆଯାଇଛି ।

୬ – ଏବେ ବି ହାଇଦ୍ରାବାଦରେ ତିଆରି ବାହୁବଳୀର ବିଶାଳ ସୁଟିଂ ସେଟକୁ ସୁରକ୍ଷିତ ରଖାଯାଇଛି । ଆଉ ପ୍ରଯୋଜକ କେବେ ବି ବ୍ୟବସାୟିକ ଦୃଷ୍ଟିରୁ ବାହୁବଳୀର ସଫଳତାକୁ ହାତଛଡା କରିବେ ନାହିଁ । ଏହି ସବୁ ଅନେକ କାରଣ ଦର୍ଶକଙ୍କ ମନରେ ପ୍ରଶ୍ନ ତିଆରି କରୁଛି ଯେ, ବାହୁବଳୀର ୩ୟ ଭାଗ ତିଆରି ହୋଇପାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –