ନିଜ ଆତ୍ମକଥା ଲେଖୁଛନ୍ତି ନୱାଜୁଦ୍ଦିନ୍ ସିଦ୍ଦିକ୍ !

38

ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକ୍ ନିଜର ଦମଦାର ଅଭିନୟ ପାଇଁ ଖୁବ୍ ପରିଚିତ । ଯେମିତି ବି କଠିନ ଚରିତ୍ର ହୋଇଥାଉ ବା ତାଙ୍କ ସମ୍ମୁଖରେ ଯେତେ ବଡ ଷ୍ଟାର ଥାଆନ୍ତୁ , ସେ କେବେ ବି ଡରି ନଥାନ୍ତି । ନିଜେ କରୁଥିବା ଚରିତ୍ରର ଉଚିତ୍ ନ୍ୟାୟ ଦେଇଥାନ୍ତି । ନିଜ କାମରେ ଅନ୍ୟକୁ ଚକିତ କରିଦେବାରେ ପୁରା ମାହିର୍ ନୱାଜୁଦ୍ଦିନ୍ ।

ନୱାଜୁଦ୍ଦିନ୍ ନିଜର କଠିନ ପରିଶ୍ରମ ଓ ପ୍ରତିଭା ବଳରେ ବଲିଉଡରେ ସ୍ଥାନ ବନେଇଛନ୍ତି । ଏବେ ନୱାଜୁଦ୍ଦିନ୍ ନିଜର ଏହି ସଫଳତାକୁ ନେଇ ଲେଖୁଛନ୍ତି ଏକ ପୁସ୍ତକ । ସେ କୁହନ୍ତି ଲୋକେ ସବୁବେଳେ ତାଙ୍କୁ ତାଙ୍କର ଏହି ବଲିଉଡକୁ ଯାତ୍ରା ବିଷୟରେ ପଚାରନ୍ତି । ଆଉ ଏସବୁ ପ୍ରଶ୍ନକୁ ନେଇ ନୱାଜୁଦ୍ଦିନ୍ ଲେଖୁଛନ୍ତି ଆତ୍ମକଥା । ଆଉ ଏହାର ନାଁ ଦେଇଛନ୍ତି ‘ଦ ଇନକ୍ରେଡବଲ ଲାଇଫ ଅଫ୍ ଦ ଡ୍ରାମା କିଙ୍ଗ୍ ଅଫ୍ ଇଣ୍ଡିଆ’ ।

ନୱାଜୁଦ୍ଦିନଙ୍କ ଏହି ଆତ୍ମକଥା ପତ୍ରକାର ଋତୁପର୍ଣ୍ଣା ଚାଟାର୍ଜୀ ଓ ତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରୂପରେ ଲେଖାଯାଇଛି । ନୱାଜୁଦ୍ଦିନଙ୍କ ଏହି ଆତ୍ମକଥାରେ ତାଙ୍କର ସଂଘର୍ଷମୟ ଜୀବନ ବିଷୟରେ ତଥ୍ୟ ରହିଛି । ନୱାଜୁଦ୍ଦିନ୍ କହିଛନ୍ତି , ‘ମୁଁ ପାଖାପାଖି ୨ବର୍ଷ ପୂର୍ବରୁ ଏହି ପୁସ୍ତକ ଉପରେ କାମ କରିବା ଆରମ୍ଭ କରିଥିଲି । ମୁଁ ଗାଁରେ ରହୁଥିଲି, ସେବେଠାରୁ ଅଭିନେତା ହେବାଯାଏ ମୋର ଜୀବନର ସଂଘର୍ଷମୟ ଯାତ୍ରା ବିଷୟରେ ଲେଖାଯାଇଛି । ଏବେ ୨ ମାସ ଭିତରେ ମୋର ଏହି ବହିକୁ ଲଂଚ କରିବି ।’