ଚର୍ଚ୍ଚାରେ ବରୁଣଙ୍କ ‘ଜୁଡୱା-୨’ର ‘ଟନ୍ ଟନା ଟନ୍’ ଗୀତ ! ୨୪ଘଂଟାରେ ୧କୋଟିରୁ ଉର୍ଦ୍ଧ୍ୱ ଭ୍ୟୁଜ୍

38

ବଲିଉଡ ଅଭିନେତା ବରୁଣ ଧାୱନଙ୍କର ଡବଲ ରୋଲର ଫିଲ୍ମ ‘ଜୁଡୱା-୨’ର ନୂଆ ଗୀତ ‘ଟନ୍ ଟନା ଟନ୍’ ଲୋକଙ୍କୁ ବହୁତ ଛୁଇଁପାରିଛି । ଏହି ଗୀତ ଫିଲ୍ମ ‘ଜୁଡୱା’ରେ ମଧ୍ୟ ଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ୨୪ ଘଣ୍ଟା ଭିତରେ ଏହି ଗୀତ କୁ ୧କୋଟିରୁ ଅଧିକ ଭ୍ୟୁଜ୍ ମିଳିଛି ।

ଏହି ଗୀତକୁ ଏବେ ୟୁଟ୍ୟୁବରେ ୧୪,୦୦୮,୮୪୩ ଥର ଦେଖାଯାଇସାରିଲାଣି । ଖୁବ୍ ଶୀଘ୍ର ଏହି ଅଙ୍କ ୧.୫ କୋଟି ଅତିକ୍ରମ କରିବ । ସଲମାନଙ୍କ ଫିଲ୍ମ ‘ଜୁଡୱା’ର ‘ଟନ୍ ଟନା ଟନ୍’ ଗୀତ ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । ଯେଉଁଥିରେ ତାଙ୍କ ସହ ନଜର ଆସିତିଲେ କରିସ୍ମା କପୁର । ଏହି ଲିରିକ୍ସରେ ଏହି ନୂଆ ଗୀତକୁ ମଧ୍ୟ ଏବେ ପ୍ରସ୍ତୁତ କରାଯାଇଛି । ଯାହାକୁ ଗାଇଚନ୍ତି ଦେବ୍ ନେଗି ଓ ନେହା କକ୍କଡ ଏବଂ ଏହାକୁ ସଂଗୀତ ଦେଇଛନ୍ତି ଅନୁ ମଲ୍ଲିକ୍ । ଯିଏ ଚାର୍ଟ ବଷ୍ଟରରେ ଛାଇ ଯାଇଛନ୍ତି ।

ଗୀତରେ ବରୁଣ ଜ୍ୟାକଲିନ୍ ଙ୍କ ସହ ଷ୍ଟେଜ୍ ଉପରେ ଆଉ ତାପସୀଙ୍କ ସହ ଜେଲରେ ଝୁମୁଛନ୍ତି । ତିନି ଜଣ ନିଜ ନିଜର ପୋଷାକରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଡେବିଡ୍ ଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୯ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । ୧୯୯୭ ମସିହାରେ ରିଲିଜ ହୋଇଥିବା ସଲମାନଙ୍କ ଅଭିନୀତି ଫିଲ୍ମ କମେଡି ଫିଲ୍ମ ‘ଜୁଡୱା’ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁଥିଲା । ଏବେ ଦେଖିବାକୁ ବାକି ରହିଲା ‘ଜୁଡୱା-୨’ବକ୍ସ ଅଫିସରେ କେତେ କମାଲ୍ କରୁଛି ।