ଜାମ୍ମୁରେ ପୁଣି ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୨ ଆତଙ୍କବାଦୀ ନିହତ, ଜାରି ରହିଛି କମ୍ବିଂ ଅପରେସନ

ଏହା ପରେ ସୁରକ୍ଷା କର୍ମୀମାନେ ଆରମ୍ଭ କରିଥିଲେ ଅପରେସନ

72

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରର ବଡ ଗ୍ରାମରେ ଆଜି ସକାଳୁ ପୁଣି ଥରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ଜାମ୍ମୁରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ସେଠାରେ ଲୁଚିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହା ପରେ ସୁରକ୍ଷା କର୍ମୀମାନେ ଆରମ୍ଭ କରିଥିଲେ ଅପରେସନ । ପରେ ଏନକାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୁରକ୍ଷା କର୍ମୀଙ୍କ ଉପରକୁ ମଧ୍ୟ ଆତଙ୍କବାଦୀମାନେ ଗୋଳିମାଡ କରିଥିଲୋ । ହେଲେ ସେମାନଙ୍କ ଗୁଳିରେ ସୁରକ୍ଷା କର୍ମୀଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ବର୍ତମାନ ସମୟରେ ମଧ୍ୟ ସେଠାରେ ଯବାନମାନେ କମ୍ବିଂ ଅପରେସନ ଜାରି ରଖିଥିବା ସୂଚନା ମିଳିଛି ।

 

ତେବେ ବାରମ୍ବାର ଆତଙ୍କବାଦୀମାନେ ସେନା ଉପରକୁ ଗୋଳିମାଡ କରୁଛି । ଆତଙ୍କବାଦୀମାନଙ୍କ ଆକ୍ରମଣରେ ଅନେକ ସୁରକ୍ଷାକର୍ମୀ ମଧ୍ୟ ଶହୀଦ ହୋଇଛନ୍ତି । ସେନାର କଡା ଆଭିମୁଖ୍ୟ ପରେ ସୁଧୁରୁନାହାନ୍ତି ଆତଙ୍କବାଦୀ । ଏହି ଆକ୍ରମଣ ସମ୍ପର୍କରେ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଜାମ୍ମୁ ଅଚଂଳରେ ଅନେକ ସମୟରେ ଆକ୍ରମଣ କରୁଛନ୍ତି । ତେବେ ଭାରତୀୟ ଯବାନ ମଧ୍ୟ ସେମାନଙ୍କୁ କଡା ଜାବାବ ଦେଉଛନ୍ତି ।