ଘରୋଇ ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର : ଏଣିକି ବିନା କୈାଣସି ଡକ୍ୟୁମେଣ୍ଟରେ ଉଠାଇପାରିବେ ବିମାନଯାତ୍ରାର ମଜା, କେବଳ କରିବାକୁ ପଡିବ ଏତିକି କାମ
ଘରୋଇ ବିମାନଯାତ୍ରୀଙ୍କ ପାଇଁ ସାଙ୍ଗରେ ଆଉ ପରିଚୟ ପ୍ରମାଣପତ୍ର, ଟିକେଟ ନେଇ ଯିବାକୁ ପଡ଼ି ନ ପାରେ । ଏଥିପାଇ ଡିଜି ଆଇଡି ବ୍ୟବସ୍ଥା ଦ୍ୱାରା ଟିକେଟ କିଣିବା ସହିତ ବିମାନବନ୍ଦରେ ଲାଗିଥିବା ବାୟୋମେଟ୍ରିକ ମେସିନ ସାହାଯ୍ୟରେ ନିଜର ୟୁନିକ ଆଡେଣ୍ଟିଟି ନମ୍ବର ଦ୍ୱାରା ଘରୋଇ ବିମାନଯାତ୍ରୀମାନେ ବିମାନରେ ଯାତ୍ରା କରିବାର ସୁଯୋଗ ପାଇ ପାରିବେ। ଏହି ଯୋଜନା ଅନୁଯାୟୀ, ଯେଉଁମାନେ ବିନା କାଗଜପତ୍ର( ପରିଚୟ ପତ୍ର, ବିମାନ ଟିକେଟ, ବୋର୍ଡି ପାସ ପ୍ରଭୃତି)ରେ ବିମାନରେ ଯାତ୍ରା କରିବାକୁ ଚାହିଁବେ ସେମାନେ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟର ପୋର୍ଟାଲରୁ ୟୁନିକ୍ ଆଇଡି ସଂଗ୍ରହ କରି ପାରବେ। ଯାହା କି ସେମାନଙ୍କ ବାୟୋକେମଟ୍ରିକ୍ ସହିତ ସଂଯୁକ୍ତ କରାଯିବ। ତେଣୁ ଯାତ୍ରୀମାନେ ଟିକେଟ କିଣିବା ବେଳେ ଏହି ଡିଜିଯାତ୍ରା( ଡିଓ୍ଵାଇ) ଆଇଡି ଦେଇ ଡିଜିଟାଲ ଟିକେଟ କ୍ରୟ କରି ପାରିବେ।
Kanak News is now on WhatsApp
Join and get latest news updates delivered to you via WhatsApp
ଏ ସମ୍ପର୍କରେ ସୂଚନାଦେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଏୟାରସେବା ପୋର୍ଟାଲକୁ ବିକଶିତ କରାଯାଇ ସେଥିରେ ଡିଜି ଯାତ୍ରା ଲିଙ୍କ ବ୍ୟବସ୍ଥା କରାଯିବ। ଫଳରେ ଯାତ୍ରୀମାନେ ଏହି ଲିଙ୍କ ଦ୍ୱାର ନିଜ ନାମକୁ ସଂଯୋଗ କରି ଡିଓ୍ଵାଇ ଆଇଡି ନମ୍ବର ପାଇ ପାରିବେ। ଏଥିପାଇଁ ରେଜିଷ୍ଟ୍ରେସନ କଲାବେଳେ ଯାତ୍ରୀଙ୍କୁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ ଆଦି ୫ଟି ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପ୍ରମାଣପତ୍ର ଦେବାକୁ ପଡ଼ିବ।ଏହି ପ୍ରମାଣପତ୍ରରେ ଥିବା ତଥ୍ୟକୁ ଯାଞ୍ଚ କରାଯାଇ ଡଇଜିଆଇଡି ଲିଙ୍କ୍ ସହିତ ସଂଯୋଗ କରାଯିବ। ପ୍ରଥମ ଥର ପାଇଁ ଏହି ପେପରଲେସ ଯାତ୍ରା ପାଇଁ ଯାତ୍ରୀଙ୍କୁ କିଛି ପରିଚୟ ପ୍ରମାଣପତ୍ର ଦେବାକୁ ପଡ଼ିବ। ଥରେଏହା ସ୍କାନ ହୋଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର କମ୍ପ୍ୟୁଟର ସିଷ୍ଟମରେ ରହିଯିବା ପରେ ଯାତ୍ରୀଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲଇ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।