ସହର ଭିତରେ ଦନ୍ତାର ତାଣ୍ଡବ ! ତାଳଚେରର ଶର୍ମା ଛକ ନିକଟରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

125

କନକ ବ୍ୟୁରୋ : ସହର ଭିତରେ ଦନ୍ତା ହାତୀ । ତାଳଚେର ସହର ଭିତରରେ ଉପଦ୍ରବ କରୁଛି ହାତୀ । ତାଳଚେର ସହରର ଶର୍ମା ଛକ ନିକଟରେ ହାତୀ ଦଳିଦେବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂୂଚନା ଅନୁଯାୟୀ ସକାଳୁ ସକାଳୁ ବୃଦ୍ଧ ଜଣକ ବଜାରକୁ ଛା ପିଇବାକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ।

ଆଇଟଆଇ ଛକ, ଶର୍ମା ଛକ, ଦେଉଳଗୁଡା, ବାଘୁଆବୋଲ ଓ ହାଟ ଅଂଳଚରେ ହାତୀଟି ବୁଲୁଛି । ସହର ଭିତରେ ହାତୀ ପଶି ଆସିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନବିଭାଗକୁ ବାରମ୍ବାର ଖବର ଦିଆଯାଉଥିଲେ ମଧ୍ୟ ହାତୀ ଘଉଡାଇବା ପାଇଁ କର୍ମଚାରୀମାନେ ଉପଯୁକ୍ତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସେପଟେ ଶନିବାର ସକାଳେ ଓଡ଼ାପଡ଼ା ବ୍ଲକ୍ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁ’ରେ ଗୋଟାଏ ଦନ୍ତାହାତୀ କବଳରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ଦନ୍ତାହାତୀ ଆକ୍ରମଣରେ ମୃତ ବ୍ୟକ୍ତିଜଣକ ହେଉଛନ୍ତି ୮୨ ବର୍ଷିୟ ଦୟାନିଧି ସାହୁ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା କଥା ଶୁଣାଯାଉଛି।