ସାବାଡ ହେବେ ରୋମିଓ ଟୋକା ! ଏଣିକି ମହିଳାଙ୍କୁ ଛୁଇଁଲେ ମାରିବ କରେଣ୍ଟ, ଟେକି ନେଇଯିବେ ଥାନା ବାବୁ ।

22

ଦେଶ ହେଉ ଅବା ବିଦେଶ ପ୍ରତ୍ୟେକ ଦିନ ମହିଳା ମାନଙ୍କୁ ଅସଦାଚରଣ ହୋଇଥିବା ଘଟଣା ଦେଖିବାକୁ ମିଳୁଛି । ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି । ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏଭଳି ସ୍ଥିତିରେ ମହିଳାମାନେ ତୁରନ୍ତ ପୋଲିସର ସହାୟତା ଆଶା କରିଥାନ୍ତି । ତେବେ ଏଭଳି ଆସାକୁ ସତ୍ୟତାରେ ପରିଣତ କରିଛନ୍ତି ମୁରାଦାବାଦ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର କେତେକ ଛାତ୍ର । ସେମାନେ ଏକ ପ୍ରୋଟେକ୍ସନ ଜ୍ୟାକେଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଇଲେକ୍ଟ୍ରିକାଲ ସର୍କିଟର ବ୍ୟବହାର କରାଯାଇ ଜିପିଏସ ଏବଂ ଜିଏସଏମ ସିଷ୍ଟମ ଲଗାଯାଇଛି । ଏହି ସିଷ୍ଟମ ସହ କ୍ୟାମେରା ମଧ୍ୟ ଲଗାଯାଇଛି । ଏହି ଜ୍ୟାକେଟ ପିନ୍ଧିବା ପରେ ସମ୍ପୃକ୍ତ ମହିଳାଙ୍କୁ କେହି ଛୁଇଁବାକୁ ଚେଷ୍ଟା କଲେ ବଟନ ଚିପିବା ମାତ୍ରେ ତୁରନ୍ତ ଏକ କରେଣ୍ଟର ଝଟକା ଲାଗିବ । ଏହା ସହ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଯିବ । ଏହା ଦ୍ୱାରା ମହିଳାମାନଙ୍କ ପ୍ରତି ବଢୁଥିବା ଅପରାଧକୁ କିଥି ମାତ୍ରାରେ ରୋକାଯାଇ ପାରିବ ।

ଜ୍ୟାକେଟଟି କିପରି କାମ କରିବ ?

ଦେଖିବାକୁ ଏହା ସାଧାରଣ ଜ୍ୟାକେଟ ଭଳି । ଜ୍ୟାକେଟର ଭିତର ପାଶ୍ୱର୍ରେ ଏକ ସର୍କିଟ ପ୍ଲେଟ ଲଗାଯାଇଛି ଯାହାକୁ ପିନ୍ଧିବାରେ ମହିଳାମାନଙ୍କୁ କୌଣସି ଅସୁବିଧା ହେବନାହିଁ । ଏହା ସହ ବାମ ହାତ ପଟରେ ଏକ ବଟନ ଲଗାଯାଇଛି । କୌଣସି ପରିସ୍ଥିତିରେ ଏହି ବଟନ ଦବାଇଲେ ମହିଳାଙ୍କୁ ଛୁଇଁଥିବା ବ୍ୟକ୍ତି ଜଣକୁ ଏକ ଶକ୍ତ କରେଣ୍ଟ ଲାଗିବ । ଏହା ସହ ଜିଏସଏମ ଜରିଆରେ ଏଥିରେ ସେଟ କରାଯାଇଥିବା ନମ୍ବର ଗୁଡିକୁ ବିପଦ ମେସେଜ ସହ ମହିଳାଙ୍କର ଠିକଣା ପହଞ୍ଚିଯିବ । ଏହା ସହ ଜ୍ୟାକେଟର କଲର କିମ୍ବା ଜିପରେ କ୍ୟାମେରା ଲଗାଯିବ ଯେଉଁଥିରେ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କର ଫଟୋ ମଧ୍ୟ କ୍ୟାମେରାରେ କଏଦ ହୋଇଯିବ ।

ଏହି ପ୍ରୋଜେକ୍ଟ ପାଇଁ ସମ୍ପୃକ୍ତ ଛାତ୍ରମାନଙ୍କୁ ଅନେକ ଆୱାର୍ଡ ମିଳିଛି । ସେମାନେ କହିଛନ୍ତି ଯେ, ଏହି ଜ୍ୟାକେଟର ମୂଲ୍ୟ ସାଧାରଣ ଜ୍ୟାକେଟର ଦର ସହ ସମାନ ରହିବ । ଜ୍ୟାକେଟଟି ମହିଳାମାନଙ୍କ ପାଇଁ ଯେତେ ଜରୁରୀ ପୋଲିସ ପାଇଁ ମଧ୍ୟ ଅପରାଧି ମାନଙ୍କୁ ଧରିବାରେ ଏହା ଏକ ସହଜ ପ୍ରଣାଳୀ ହୋଇପାରିବ । ଏହା ଦ୍ୱାରା ମହିଳାମାନଙ୍କୁ ଅସଦାଚରଣ କରିବା ପାଇଁ ଲୋକମାନଙ୍କ ମନରେ ଭୟ ରହିବ । ଏହି ଜ୍ୟାକେଟିକୁ ୫ଜଣ ଛାତ୍ର ଶିଭମ ଶ୍ରୀବାସ୍ତବ, ରାଜୀବ ମୋର୍ଥା, ନିତିନ କୁମାର, ନିଖିଲ କୁମାର ଏବଂ ତ୍ରଷଭ ଭଟନାଗର ପ୍ରସ୍ତୁତ କରିଛନ୍ତି ।