୩ଟି ରାଜ୍ୟରେ ନିର୍ବାଚନ ବିଗୁଲ୍ : ମେଘାଳୟ , ନାଗାଲାଣ୍ଡ ଓ ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

50

କନକ ବ୍ୟୁରୋ : ନିର୍ବାଚନ କମିଶନ ତ୍ରିପୁରା , ମେଘାଳୟ ଓ ନାଗାଲାଣ୍ଡର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୮ରେ ତ୍ରିପୁରାରେ ଭୋଟିଂ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୨୭ରେ ମେଘାଳୟ ଓ ନାଗାଲାଣ୍ଡରେ ହେବ ନିର୍ବାଚନ । ୩ମାର୍ଚ୍ଚରେ ୩ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ଏବଂ ଫଳାଫଳ ଘୋଷଣା କରାଯିବ ।

ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ VVPAT ର ବ୍ୟବହାର ହେବ । ନିର୍ବାଚନ କମିଶନ ଅନୁସାରେ ପ୍ରତି ବିଧାନସଭା ସିଟ୍ ର  ଏକ ପୋଲିଂ ଷ୍ଟେସନ ରେ ଭିଭିପାଟ୍ ଦ୍ୱାରା ଭୋଟିଂ  ହେବ । ଏବଂ ସ୍ଲିପ୍ ର ଗଣତି କରାଯିବ ।  ନିର୍ବାଚନ କମିଶନଙ୍କର ଏହି ଘୋଷଣା  ସହ ୩ଟି ରାଜ୍ୟରେ  ନିର୍ବାଚନ ଆଚରଣ ବିଧି ଲାଗୁ  ହୋଇଯାଇଛି ।  ଏହି ଥର ଏହି ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ରୋଚକ ଛବି  ଦେଖିବାକୁ ମିଳିବ ।
ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ : କେମିତି ରହିଛି ରାଜନୈତିକ ଛବି ?
୨୦୧୪ର ଲୋକସଭା ନିର୍ବାଚନ ପରେ ବିଜେପି  ନର୍ଥ ଇଷ୍ଟରେ ମଧ୍ୟ ନିଜର ହାତମୁଠାକୁ ଦୃଢ କରିବା ଆରମ୍ଭ କରିଦେଇଛି । ପ୍ରଥମେ  ଆସାମ ଓ ପରେ ମଣିପୁରକୁ  ଅକ୍ତିଆର୍ କରିବା ପରେ ଏବେ ବିଜେପିର ଆଖି ତ୍ରିପୁରା , ମେଘାଳୟ ଓ ନାଗାଲାଣ୍ଡ ଉପରେ ପଡିଛି । ଏହାର ବିଧାନସଭା ନିର୍ବାଚନକୁ ନିଜ ଅଧିନକୁ ଆଣିବାରେ ପ୍ରାଣପଣେ ଲାଗିପଡିଛି।
ତ୍ରିପୁରାରେ ବିଜେପି ପାଇଁ ବଡ ଚାଲେଂଜ –
ବିଜେପି ପାଇଁ ସବୁଠୁ  ବଡ ଚେତାବନୀ ତ୍ରିପୁରାରେ । ଗତ ଦୁଇ ଦଶକ ଠାରୁ ମାଣିକ  ସରକାରଙ୍କର ନେତୃତ୍ୱରେ ସିପିଏମ୍  ଏଠାର ଶାସନର ମୁଖ୍ୟ ଆସନରେ । ୬୦ ଟି ସିଟ୍ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ବିଜେପି  ନିଜର ପୁରା ଦମ୍ ଦେଖାଇବାକୁ ଲାଗିପଡିଛି ।  ୨୦୧୩ର ବିଧାନସଭା ନିର୍ବାଚନ ରେ ଏଠାରେ ସିପିଏମକୁ୪୯ ସିଟ୍ ରେ ସଫଳତା ମିଳିଥିଲା । କଂଗ୍ରେସ ଖାତାରେ  ୧୦ଟି ସିଟ୍ ଆସିଥିଲା । ସିପିଏମ୍ ର ଆର୍ବିଭାବରେ  ତ୍ରିପୁରାରେ କଂଗ୍ରେସର ଖରାପ ଅବସ୍ଥା ସୃଷ୍ଟି ହୋଇଛି । ହେଲେ ଏବେ ରାଜନୀତିର ଦୃଶ୍ୟପଟ୍ଟ କିଛି ବଦଳିଛି ।  ଏହା ପ୍ରଥମଥର ଦେଖିବାକୁ ମିଳିଛି କି କୌଣସି ଏକ ରାଜ୍ୟରେ କମ୍ୟୁନିଷ୍ଟ ପାର୍ଟି ଓ ବିଜେପି ମଧ୍ୟରେ ସିଧା ଟକ୍କର ହେଉଛି । ବିଜେପିକୁ ଏହିଥର ମୋଦିଙ୍କ ବ୍ୟତୀତ ଯୋଗୀଙ୍କ ଲୋକପ୍ରିୟତା ଉପରେ ମଧ୍ୟ ଭରସା ରହିଛି । ପ୍ରକୃତରେ ଏଠାରେ ଯୋଗୀଙ୍କର ଲୋକପ୍ରିୟତା ଖୁବ୍ ବଢିବାରେ ଲାଗିଛି । ବିଜେପିର ଜଣେ ନେତାଙ୍କ  ଅନୁସାରେ , ତ୍ରିପୁରାରେ  ପାଖାପାଖି ୩୫ ପ୍ରତିଶତ ବଙ୍ଗାଲି ନାଥ ସଂପ୍ରଦାୟରରୁ ଅଟନ୍ତି ।  ଏଠାରେ ଏହି ସଂପ୍ରଦାୟ , ଯାହାକୁ ୟୁପି ମୁଖ୍ୟମନ୍ତ୍ରୀ  ଯୋଗୀ ନିଜର  କରିନେଇଥିଲେ ।  ଏଥିପାଇଁ  ଯୋଗୀଙ୍କ ନାମକୁ ନେଇ  ଏଠାରେ  ଲୋକ ଖୁବ୍ ଉତ୍ସାହିତ  ଅଟନ୍ତି । ତ୍ରିପୁରୋରେ ବିଜେପିର  ନଜର ହିନ୍ଦୁ  ଭୋଟବ୍ୟାଙ୍କ ଉପରେ ।
କଂଗ୍ରେସର ଚିନ୍ତା , ମେଘାଳୟ ହାତରୁ ଖସିଯିବନି ତ ?
୨୦୧୪ରେ ମୋଦି ଙ୍କ ନେତୃତ୍ୱରେ ବିଜେପିର ଆର୍ବିଭାବ କଂଗ୍ରେସକୁ ଦେଶର ରାଜନୀତିରେ ଖୁବ୍ ଅସୁବିଧାରେ ପକାଇଛି ।  ବର୍ତମାନ କେବଳ ୫ଟି ରାଜ୍ୟରେ କଂଗ୍ରେସର ସରକାର ରହିଛି । ଏଥିରେ ଗୋଟିଏ ମେଘାଳୟ ରହିଛି । କଗ୍ରେସର ଅସଲ ଚିନ୍ତା   ଏହିଥର ନିର୍ବାଚନରେ ଯେମିତି ହେଲେ ମେଘାଳୟରେ ସରକାର କରିବା । ବିଜେପି ଏଠାରେ କଂଗ୍ରେସର ରାସ୍ତାରେ ପ୍ରତିବନ୍ଧକ ବନେଇଛି । ଡିସେମ୍ବରରେ ଜଣେ କଂଗ୍ରେସ ସହିତ ୪ଜଣ ବିଧାୟକ ବିଜେପିରେ ମିଶିଛନ୍ତି । ଏହି ମାସରେ ମଧ୍ୟ କଂଗ୍ରେସର ୫ ଜଣ ସହ  ୮ ବିଧାୟକ  ମେଘାଳୟରେ ଏନଡିଏର ସହଯୋଗୀ ନ୍ୟାସନାଲ୍ ପିପଲ୍ସ ପାର୍ଟି( ଏନପିପି)ରେ ସାମିଲ ହୋଇଛନ୍ତି ।