ବ୍ରେଡ ଖାଇବା ସ୍ୱାସ୍ଥ୍ୟପ୍ରତି କେତେ ହାନୀକାରକ . . . ଜାଣନ୍ତୁ . .

72

ଦୈନଦିନ ଜୀବନରେ ବ୍ୟସ୍ତତା ଭିତରେ ସବୁ କାମ ଠିକ ସମୟରେ କରିବାକୁ ଆମେ ଚେଟା କରିଥାନ୍ତି । ବିଶେଷ କରି ଖାଇବା ପିଇବା ପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । କାରଣ ଆଜିକା ସମୟରେ କାମର ବୋଝ ଏତେ ଯେ, ଖାଇବାକୁ ସମୟ ମିଳି ନଥାଏ । ବିଶେଷ କରି ଚାକିରି କରୁଥିବା ଲୋକେ ଅଫିସ୍ ଯିବା ସମୟରେ ଏହି ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଏଥିପାଇଁ ଅଧିକାଂଶ ଲୋକ ପ୍ରାତଃଭୋଜନରେ ବ୍ରେଡ ଖାଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଏପରି ବ୍ରେଡ ଖାଇବା ସ୍ୱାସ୍ଥ୍ୟପ୍ରତି କେତେ ହାନୀକାରକ । ଆସନ୍ତୁ ଜାଣିବା ବ୍ରେଡ ଖାଇଲେ କି କି ସମସ୍ୟା ହେବାର ଆଶଙ୍କା ରହିଥାଏ . . . .

ପାଚନ କ୍ରିୟାକୁ ଧୀର କରିଥାଏ : –
ବ୍ରେଡରେ କେମିକାଲ ଅଧିକ ଥିବାରୁ ଏହା ପାଣି ସହ ମିଶିବା ପରେ ଫୁଲି ଯାଇଥାଏ । ଯାହା ପାଚନ ପ୍ରକ୍ରିୟାକୁ ଧୀର କରିଦେଇଥାଏ । ଫଳରେ ପେଟ ଜନିତ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ ।

ଶରୀର ପାଇଁ କ୍ଷତିକାରକ : –
ବ୍ରେଡରେ କାର୍ବନ ଡାଇଅକ୍ସାଇଡ ଓ ବେମାଇନ ପରି ବିଷାକ୍ତ ପଦାର୍ଥ ଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

କ୍ଷତିକାରକ କେମିକାଲ : –
ବ୍ରେଡରେ ପୋଟାସିୟମ ବ୍ରୋମେଟ ବା ଆୟୋଡେଟ ବ୍ୟବହାର କରାଯାଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଫୋର ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି ।

ଓଜନ ବଢାଏ : –
ବ୍ରଡରେ ଥିବା ଲୁଣ, କାର୍ବୋହାଇଡ୍ରେଟ, ରିଫାଇଣ୍ଡ, ସୁଗାର ଶରୀରରେ ଓଜନ ବୃଦ୍ଧି କରିଥାଏ ।

ପୋଷକ ତତ୍ତ୍ୱର ଆଭାବ : –
ବ୍ରେଡରେ ପୋଷକ ତତ୍ତ୍ୱ କମ ରହିଥାଏ । ଏହା କେବଳ ପେଟ ପୁରିବାରେ ସହାୟକ ହୋଇଥାଏ । ହେଲେ ଶରୀରକୁ କିଛି ଶକ୍ତି ମିଳି ନଥାଏ ।