ବର୍ଦ୍ଦି ପାଇଁ ଛାଡି ଦେଇଥିଲେ ଦୁଇ ଦୁଇଟି ସରକାରୀ ଚାକିରି ! ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶପାଇଁ ସହିଦ ହୋଇଗଲେ ଡିଏସପି ଅମନ ଠାକୁର

384

ଜମ୍ମୁ-କାଶ୍ମୀରର କୁଲଗାମରେ ଗତକାଲି ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଥିବା ଡିଏସପି ଅମନ ଠାକୁରଙ୍କର ପୁଲିସ ବର୍ଦ୍ଦି ପ୍ରତି ବହୁ ଦୁର୍ବଳତା ଥିଲା । ପୁୁଲିସ ବିଭାଗରେ ସାମିଲ ହେବାକୁ ତାଙ୍କର ଏତେ ନିଶା ଥିଲା ଯେ, ଯେଉଁଥି ପାଇଁ ସେ ଦୁଇ ଦୁଇଟି ସରକାରୀ ଚାକିରିକୁ ବି ଛାଡି ଦେିଥିଲେ ଏବଂ ଦେଶ ପାଇଁ କାମ କରିବାକୁ ଆଗେଇ ଆସିଥିଲେ । ଠାକୁରଙ୍କ ବୟସ ପାଖାପାଖି ୪୦ ବର୍ଷ ଥିଲା । ପ୍ରଥମ ଚାକିରି ତାଙ୍କୁ ସମାଜ କଲ୍ୟାଣ ବିଭାଗରେ ମିଳଥିଲା । ଏହାପରେ ଏକ ସରକାରୀ କଲେଜରେ ଲେକଚରର୍ସିପ ପଦବୀରେ ତାଙ୍କର ନିଯୁକ୍ତି ହୋଇଥିଲେ ।

ପୁଲିସ ବିଭାଗରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କୁହନ୍ତି କି, ଠାକୁର ସବୁବେଳେ ପୁଲିସ ବିଭାଗରେ କାମ କରିବାକୁ ଚାହୁଁଥିଲେ ଆଉ ତାଙ୍କୁ ପୁଲିସ ବର୍ଦ୍ଦି ବେଶ ପସନ୍ଦ ଥିଲା । ଡୋଡୋର ଗୋଗାଲ ଜିଲ୍ଲାରେ ଜନ୍ମିତ ଠାକୁର ୨୦୧୧ ବ୍ୟାଚର ଜମ୍ମୁ କାଶ୍ମୀର ପୁଲିସର ଅଧିକାରୀ ଥିଲେ । ପରିବାର କହିଲେ ବୁଢା ବାପାମାଆ ଏବଂ ପତ୍ନୀ ସରଲା ଦେବୀ ତଥା ୬ ବର୍ଷର ପୁଅ ଆର୍ଯ୍ୟ । ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏହି ଯୁବା ପୁଲିସ୍ ଅଧିକାରୀଙ୍କ ସହିତ ବିତାଇଥିବା ଅନେକ ମୁହୂର୍ତ୍ତକୁ ମନେ ପକାଇ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ । ସିଂହ କୁହନ୍ତି କି, ଅମନ ସବୁବେଳେ ଜୋସରେ ରହୁଥିଲେ ଏବଂ ନିଜର ଟିମକୁ ନେତୃତ୍ୱ କରୁଥିଲେ । ଦକ୍ଷୀଣ କାଶ୍ମୀରର ଆତଙ୍କବାଦୀ ପ୍ରବଣ ଅଂଚଳ ତଥା କୁଲଗାମ ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳ ଅବସରରେ ଠାକୁର ଅନେକ ସାହସୀକତା ତଥା ବାହାଦୁର ପୁରସ୍କାର ପାଇଛନ୍ତି । ଠାକୁର ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ କି, ତାଙ୍କ ମହାନୀୟତା , ନମନୀୟତା ଏବଂ ଲୋକଙ୍କୁ ଆକର୍ଷିତ କରିବାର କଳା ପାଇଁ ସେ ସ୍ଥାନୀୟ ଅଂଚଳରେ ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ । ତାଙ୍କର ବାହାଦୁରୀ ଏବଂ ଆତଙ୍କବାଦ ବିରୋଧି ଅଭିଯାନରେ ତାଙ୍କର ସାହସ ପାଇଁ ତାଙ୍କୁ ସେର-ଏ କାଶ୍ମୀର ବୀରତା ପଦକରେ ସମ୍ମାନୀତ କରାଯାଇଛି ।

ଉଲ୍ଲେଖ ଥାଉ କି, କୁଲଗାମ୍ ରେ ଚାଲିଥିବା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ଏସଓଜି ଡିଏସପି ଅମନ୍ ଠାକୁର ଆତଙ୍କୀଙ୍କ ଗୁଳିରେ ଦେଶ ପାଇଁ ସହିଦ ହୋଇଛନ୍ତି । ଅମନଙ୍କ ବାଦ୍ ତାଙ୍କର ବଡି ଗାର୍ଡ ଆତଙ୍କୀଙ୍କ ଗୁଳିରେ ଆହତ ହୋଇଛନ୍ତି । ଜଣେ ମେଜର ଓ ଜଣେ ଯବାନ ବି ଗୁରୁତର ଆହତ ହୋଇଛନ୍ତି । ତେବେ ନିହତ ସମସ୍ତ ଆତଙ୍କୀଙ୍କ ଶବ କିନ୍ତୁ ଜବତ ହୋଇପାରିନି । ପୁଲୱମା ଆତଙ୍କୀ ହମଲା ପର ଠାରୁ ଘାଟିରେ ସେନାର ଅପରେସନକୁ ଜୋରଦାର କରାଯାଇଛି । ଏଥିରେ ଜୈସର କୁଖ୍ୟାତ ଆତଙ୍କୀ ଗାଜି ରସିଦ ଓରଫ୍ କାମରାନକୁ ସେନା ନିପାତ କରିଥିଲା । ଘାଟିରେ ଅନୁପ୍ରବେଶ କରିଥିବା ଆତଙ୍କୀଙ୍କୁ ସଫା କରିବାକୁ ସେନା ଚଳାଇଛି ଅପରେସନ୍ ସିକ୍ସଟି ।