କ’ଣ ଏତେ ତଳକୁ ଖସିପାରେ ମଣିଷ ! କୁକୁର ଭୋକିଲା ବୋଲି ମଦନିଶାରେ ନିରୀହ କୁକୁର ଛୁଆଙ୍କ ମୁଣ୍ଡ କାଟିଲା ସଇତାନ ।

40

ସମାଜରେ ମଣିଷ ଯେତେ ଆଗକୁ ବଢୁଛି ନିଜ ମଧ୍ୟରୁ ମାନବିକତାକୁ ସେତେ ଦୂରେଇ ଦେଉଛି । ଯେଉଁଠି ପଶୁ ବିଶ୍ୱସ୍ତ ପାଲଟୁଛି ସେଠାରେ ମଣିଷ ସଇତାନ ସାଜି ସମସ୍ତଙ୍କୁ ଆଘାତ ଦେବାରେ ଲାଗିଛି । ହାଇଦ୍ରାବାଦରୁ ଏଭଳି ଏକ ହୃଦୟ ବିଦାରକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣଙ୍କ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହେବେ ଯେ କ’ଣ ଦୁନିଆରେ ଏବେ ମଣିଷତ୍ୱ ବୋଲି କିଛି ନାହିଁ ! ତେବେ ହାଇଦ୍ରାବାଦର ହୁସେନୀ ଅଲମ୍ ନାମକ ଏକ ଅଞ୍ଚଳରେ ପାଞ୍ଚୋଟି କୁକୁର ପିଲାଙ୍କ ମୁଣ୍ଡ ଏକ ବ୍ୟାଗରୁ ବାହାରିଥିଲା । ଏହାସହ କିଛି କୁକୁର ଛୁଆଙ୍କ ଶରୀରର କଟାଅଂଶ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସେଠାକାର ସ୍ଥାନୀୟ ବାସିନ୍ଦା ଗୋଟିଏ କୁକୁରକୁ ଡଷ୍ଟବିନରୁ ଏକ ବ୍ୟାଗ୍ ଭିଡୁଥିବାର ଦେଖି ବ୍ୟାଗରେ କ’ଣ ଅଛି ବୋଲି ଖୋଲିବାରୁ ସେମାନେ ଯାହା ଦେଖିଥିଲେ ସେଥିରେ ତାଙ୍କ ହୋସ୍ ଉଡିଯାଇଥିଲା । ମୁଣ୍ଡବିହୀନ ପାଞ୍ଚୋଟି କୁକୁରଛୁଆଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ମା’ କୁକୁରଟି ମଧ୍ୟ ସେଠାରୁ କେଉଁଆଡେ ଯାଉନଥିଲା ।

ତେବେ ଆଖପାଖର ଲୋକମାନଙ୍କ କହିବାନୁସାର କ୍ରାନ୍ତି ନାମକ ଜଣେ ଯୁବକ ପୂର୍ବରାତିରେ ନିଶାସକ୍ତ ଅବସ୍ଥାରେ ଥିଲା ଏବଂ କୁକୁରମାନଙ୍କ ଭୋକିବା କାରଣରୁ ବ୍ୟସ୍ତ ହୋଇ ସେ କୁକୁର ପିଲାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲା । ତେବେ ସେଠାକାର ଲୋକମାନେ ଏନେଇ ପୋଲିସକୁ ଖବର ଦେବାପରେ ଉକ୍ତ ଯୁବକକୁ ପୋଲିସ୍ ଗିରଫ କରିଛି ।