ଜନସନ୍ ଆଣ୍ଡ ଜନସନ ବେବି ପାଉଡ଼ରରେ ନାହିଁ କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ୱ ! ଯାଂଚ ପରେ ଭାରତରେ ଉତ୍ପାଦନ ଆରମ୍ଭ କରିବା ପାଇଁ ଅନୁମତି ଦେଲେ ସରକାର

436

କନକ ବ୍ୟୁରୋ : ଶିଶୁଙ୍କ ଉପଯୋଗୀ ଜନସନ୍ ଆଣ୍ଡ ଜନସନ ପାଉଡରରେ ନାହିଁ କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ୱ । ଏଥିରେ କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ୱ ଆଜବେଷ୍ଟୋସ୍ ଥିଲା ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏଥିରେ କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ୱ ଅଛି କି ନାହିଁ ତାହାର ଯାଞ୍ଚ ହୋଇଥିଲା । ଯାଂଚ ପରେ ଭାରତରେ ପୁଣି ଥରେ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ଭାରତ ସରକାର ଏଥିପାଇଁ କମ୍ପାନୀକୁ ଅନୁମତି ଦେଇଛନ୍ତି ବୋଲି କମ୍ପାନି କହିଛି ।

ଭାରତରେ ପୁଣି ଜନସନ୍ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ପରୀକ୍ଷା ନିରୀକ୍ଷା ପରେ ସରକାର କମ୍ପାନୀକୁ ପାଉଡ଼ର ଉତ୍ପାଦନ କରିବା ପାଇଁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ବେବି ପାଉଡ଼ରରେ କ୍ୟାନସର ତତ୍ୱ ଥିବା ଅଭିଯୋଗ ପରେ ଯାଂଚ ପାଇଁ ବିଭିନ୍ନ ୟୁନିଟ୍ ତଥା ବିତରକଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା । ତେବେ ପରୀକ୍ଷା ପରେ ଜନସନ୍ ଆଣ୍ଡ ଜନସନ ବେବି ପାଉଡ଼ରରେ କୌଣସି ହାନିକାରକ ତତ୍ତ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

୧୯୭୧ ଠାରୁ ୨୦୦୦ ମସିହା ମଧ୍ୟରେ ଜନସନ୍ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ଥିବା ରୟଟର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାଦ୍ୱାରା ଆମେରିକା ଶେୟାର ବଜାରରେ କମ୍ପାନୀର ଅଂଶଧନ ହ୍ରାସ ପାଇଥିଲା ।