ଆଉ କିଛି ସମୟ ପରେ ସ୍ୱଦେଶ ଫେରିବେ ଅଭିନନ୍ଦନ ! ଦେଶରେ ଉତ୍ସବର ମାହୋଲ

204

କନକ ବ୍ୟୁରୋ : ଆମ ମାତ୍ର କିଛି ଘଂଟାର ବ୍ୟବଧାନ । ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଆଉ କିଛି ସମୟ ପରେ ଭାରତ ଫେରିବେ । ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶବାସୀ ଉତ୍ସାହିତ ହୋଇପଡ଼ିଛନ୍ତି । ଲୋକେ ହାତରେ ତ୍ରିରଙ୍ଗା ଧରି ସୀମାରେ ପହଞ୍ଚିଛନ୍ତି । ସେପଟେ ସୀମାରେ ଆଇଆଲର୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଭିନନ୍ଦନଙ୍କ ସ୍ୱଦେଶ ପରିବର୍ତ୍ତନ ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧା ନୁହୁଏ, ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି ।

ସେପଟେ ଅଭିନନ୍ଦନଙ୍କ ମୁକ୍ତି ପାଇଁ ପାକିସ୍ତାନରେ କାଗଜପତ୍ର ପ୍ରକିୟା ପୂରଣ ହୋଇଛି । ଅଭିନନ୍ଦନଙ୍କୁ ଇସଲାମବାଦରୁ ଲାହୋର ଅଭିମୁଖେ ଆଣୁଛନ୍ତି ପାକ ଅଧିକାରୀ । ଦିନ ୩ଟାରୁ ୪ ଟା ଭିତରେ ଭାରତରେ ପହଚିଂପାରନ୍ତି ଅଭିନନ୍ଦନ । ଅଟାରୀ ବର୍ଡରରେ ଭାରତୀୟ ବାୟୁସେନା ଟିମ ପହଚିଂଛନ୍ତି । ଆଜି ୱାଘା ବର୍ଡର ଦେଇ ସ୍ୱଦେଶକୁ ଫେରିବେ ଅଭନନ୍ଦନ । ଅଭିନନ୍ଦନଙ୍କୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ସେହିପରି ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମଆ ।

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।