ଶୀତ ଦିନରେ ନିୟମିତ ସେବନ କରନ୍ତୁ କ୍ଷୀର ଓ ଗୁଡ଼ ! ବିଭିନ୍ନ ରୋଗରୁ ମିଳିବ ମୁକ୍ତି

126

ଆମ ଦେଶରେ ବିଶେଷ କରି ଗାଁ ମାନଙ୍କରେ ଚିନି ସ୍ଥାନରେ ଗୁଡ଼ର ବ୍ୟବହାର କରାଯାଏ । ଗୁଡ଼ ଆଇରନର ଏକ ଭଲ ସ୍ରୋତ ଅଟେ । ଚିନି ତୁଳନାରେ ଗୁଡ଼ରେ ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ଥାଏ । ପ୍ରତିଦିନ ଗୁଡ଼ ସେବନ କରିବା ଦ୍ୱାରା ରକ୍ତହୀନତା, ଶ୍ୱାସରୋଗ, ଜଣ୍ଡିସ୍, କାନପୀଡ଼ା, ଦୁର୍ବଳତା , ଗଣ୍ଠି ଯନ୍ତ୍ରଣା ଆଦି ରୋଗରୁ ମୁକ୍ତି ମିଳେ । ଗୁଡ଼ ଆଖୁରୁ ପ୍ରସ୍ତୁତ ଏକ ଶୁଦ୍ଧ ଖାଦ୍ୟ ଅଟେ । ଶୀତ ଦିନରେ ଗୁଡ଼ ସେବନ ବହୁତ ଭଲ । ଶୀତ ଦିନରେ ପ୍ରତିଦିନ ଗୁଡ଼ ସେବନ କରିବା ଦ୍ୱାରା କାଶ ଥଣ୍ଡା ଓ ଜ୍ୱରରୁ ରକ୍ଷାକରେ ।

ଗରମ କ୍ଷୀର ସହ ଗୁଡ଼ ଖାଇବା ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ । କ୍ଷୀରରେ ଅଧିକ ମାତ୍ରାରେ ଭିଟାମିନ୍ ଏ, ଭିଟାମିନ୍ ବି, ଡ଼ି ବ୍ୟତୀତ କ୍ୟାଲସିୟମ୍, ପ୍ରୋଟିନ୍ ଓ ଲାକ୍ଟିକ ଏସିଡ଼ ଥାଏ । ଅନ୍ୟପଟେ ଗୁଡ଼ରେ ଅଧିକ ମାତ୍ରାରେ ସୁକ୍ରୋଜ, ଗ୍ଲୁ୍କୋଜ୍ ଆଦି ଥାଏ । ଏହା ବ୍ୟତୀତ ଭରପୁର ମାତ୍ରାରେ କ୍ୟାଲସିୟମ୍, ଫସପୋରସ୍ , ଆଇରନ୍ ଓ ତାମ୍ର ତତ୍ୱ ଭଲ ମାତ୍ରାରେ ଥାଏ ।

ଯଦି ଆପଣ କ୍ଷୀର ସହ ଚିନି ମିଶାଇ ପିଉଛନ୍ତି ତେବେ ଏ ଅଭ୍ୟାସ ଛାଡନ୍ତୁ । ଏହା ବଦଳରେ ଗୁଡକୁ ବ୍ୟବହାର କରନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କ ଓଜନ ଉପରେ ନିୟନ୍ତ୍ରଣ ରହିଥାଏ । ଯେଉଁକାରଣରୁ ଆପଣଙ୍କୁ ମୋଟାପଣ ପାଇଁ ଚିନ୍ତା ରହିବନାହିଁ । ଯଦି ଆପଣ ଅତ୍ୟଧିକ କ୍ଲାନ୍ତ ଅନୁଭବ କରୁଛନ୍ତି ତେବେ ଗରମ କ୍ଷୀର ସହ ଗୂଡ ନିଶ୍ଚିତ ସେବନ କରନ୍ତୁ । ଏହା ଆପଣଙ୍କ କ୍ଲାନ୍ତି ଦୂର କରିଥାଏ । ଗରମ କ୍ଷୀର ସହ ଗୂଡ ମିଶ୍ରିତ ପାନୀୟ କେଶ ପାଇଁ ମଧ୍ୟ ବହୁ ଉପଯୋଗୀ ହୋଇଥାଏ । କ୍ଷୀର ଓ ଗୁଡ଼ ଏକାଠି ସେବନ କରିବା ଦ୍ୱାରା ପାଚନ କ୍ରିୟା ଦ୍ୱାରା ଜଡ଼ିତ ସମସ୍ତ ସମସ୍ୟା ଦୂର ହୁଏ । ଏହି ମିଶ୍ରଣରେ ସେବନ କଲେ ଗ୍ୟାସ ହେବାର ସମ୍ଭାବନା କମିଯାଏ । ଶୀତ ଦିନରେ ଗୁଡ଼ ଓ କ୍ଷୀର ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼େ ।

ଯଦି ମହିଳାଙ୍କର ଋତସ୍ରାବ ସମୟରେ ଅତ୍ୟଧିକ ପେଟ ବ୍ୟଥା ହୁଏ ତେବେ ମଧ୍ୟ ଏହି ମିଶ୍ରଣକୁ ପିଇବାଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ । ଏବଂ ଋତୁସ୍ରାବ ହେବାର ୧ସପ୍ତାହ ପୂର୍ବେ ୧ଚାମଚ ଗୂଡ ପ୍ରତିଦିନ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଏହି କଷ୍ଟରୁ ପୂର୍ଣ୍ଣମାତ୍ରାରେ ସୁଫଳ ମିଳିଥାଏ । ଗୂଡ ଖାଇବାଦ୍ୱାରା ଆଣ୍ଠୁଗଣ୍ଠି ଜନିତ ବ୍ୟଥାରୁ ମଧ୍ୟ ଉପଶମ ମିଳିଥାଏ । ଯଦି ଆପଣ ପ୍ରତିଦିନ ଗୂଡର ଛୋଟ ଅଂଶ ଅଦାସହ ମିଶାଇ ଖାଇବେ ଆଣ୍ଠୁଗଣ୍ଠି ମଜଭୁତ ହେବ ଏବଂ ବ୍ୟଥା ହେବାଭଳି ଗମ୍ଭୀର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।