ଡାକ୍ତର ମୋତିଲାଲ ଗୌଡ ଅର୍ଥ ହେରଫେର ମାମଲା : ରାଜ୍ୟ ସରକାରଙ୍କê ଟାର୍ଗେଟ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

105

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଡାକ୍ତର ମୋତିଲାଲ ଗୌଡ ଅର୍ଥ ହେରଫେର ମାମଲାରେ ପ୍ରତିକ୍ରିୟା ରଖିଛି ବିଜେପି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ମୋତିଲାଲ କରିଥିବା ସମସ୍ତ କେଳେଙ୍କାରୀ ରାଜ୍ୟ ସରକାରଙ୍କ ପୃଷ୍ଠ ପୋଷକତାରେ ହୋଇଛି । ସରକାରୀ ଗେଜେଟ୍ ଜାଲିଆତି ରାଜ୍ୟ ଇତିହାସରେ ପ୍ରଥମ ବୋଲି ସେ କଡା ଭାଷାରେ କହିଛନ୍ତି । ଏହା ଗୁରୁତର ଅପରାଧ । ମୋତିଲାଲ କରିଥିବା ସମସ୍ତ କାରନାମା ତୃତୀୟ ମହଲାର ଜ୍ଞାତସାରରେ ହୋଇଛି । ଏଥିରେ ନେତା, ମନ୍ତ୍ରୀ, ବିଧାୟକ ଓ ଅଫିସରଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର । ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଏହି ଘଟଣା ପାଇଁ ସରକାରୀ ମେସିନାରୀକୁ ଦାୟୀ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ସମବାୟ ମନ୍ତ୍ରୀ ଦାମୋଦର ରାଉତ ।