ଫ୍ରିଜରେ ରହୁଥିବା ଖାଦ୍ୟ ଖାଉଛନ୍ତି କି ? ଜାଣନ୍ତୁ କଣ ହେବ ଅସୁବିଧା

76

‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’ ଏହା ତ ଆପଣ ଶୁଣିଥିବେ । ଅଣ୍ଡା ଖାଇବାକୁ କିଏ ବା ଭଲ ନ ପାଏ । କିନ୍ତୁ ଅଣ୍ଡା ଖାଇବା ବେଳେ ଅପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ଅଣ୍ଡା ଏକ ସୁପର ଫୁଡ । ଏହାକୁ ଖାଇବା ଦ୍ୱାରା ପ୍ରୋଟିନ, କ୍ୟାଲସିୟମ ଓ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ । ପ୍ରୋଟିନ ଶରୀରର ମଂସପେଶୀକୁ ମଜବୁତ କରିଥାଏ । କ୍ୟାଲସିୟମ ଦାନ୍ତ ଓ ହାଡକୁ ମଜବୁତ କରିଥାଏ । ସେହିପରି ଓମେଗା ୩ ଫ୍ୟାଟି ଏସିଡ ଶରୀର ପାଇଁ ଏକ ଭଲ କୋଲେଷ୍ଟ୍ରୋଲ ପ୍ରଦାନ କରିଥାଏ । କିନ୍ତୁ ଯଦି ଆପଣ ଅଣ୍ଡାକୁ ଫ୍ରିଜରେ ରଖୁଥାନ୍ତି ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।

imagesଏକ ରିପୋର୍ଟରୁ ଜଣାପଡିଛି ଯେ ଖାଦ୍ୟକୁ ଫ୍ରିଜରେ ରଖିବା ଠିକ୍ ନୁହେଁ । କିଛି ଖାଇବା ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିହେବ । କିନ୍ତୁ କିଛି ସାଧାରଣ ଖାଦ୍ୟ ଅଛି ଯାହାକୁ ଫ୍ରିଜରେ ରଖିବା ଶରୀର ପାଇଁ ହାନିକାରକ ହୋଇପାରେ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ଖାଦ୍ୟର ସତେଜତା ହ୍ରାସ ହୋଇଥାଏ ।

ଅଣ୍ଡା : ଅଣ୍ଡାକୁ ଏପରି ସ୍ଥାନରେ ରଖିବା ଆବଶ୍ୟକ ଯେଉଁଠି ଏହା ସୁରକ୍ଷିତ ରହିପାରିବ ଏବଂ ସହଜରେ ଫାଟିବ ନାହିଁ । ଏପରି ସ୍ଥଳରେ ଅନେକ ଲୋକ ଅଣ୍ଡାକୁ ଫ୍ରିଜରେ ରଖିଥାନ୍ତି । କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଫ୍ରିଜ ବାହାରେ ଅଣ୍ଡା ରଖିବା ଦ୍ୱାରା ଏଥିରେ କୌଣସି ପରିବର୍ତ୍ତନ ହୁଏନାହିଁ । ସେହିପରି ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ ଅଣ୍ଡାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ସ୍ୱାଦରେ ପରିବର୍ତ୍ତନ ହୋଇଥାଏ । ଏଥିପାଇଁ ଅଣ୍ଡାକୁ ବାହାରେ ରଖିବା ଆବଶ୍ୟକ ।

କଦଳୀ :
ଡାକ୍ତରୀ ବିଜ୍ଞାନ ଅନୁସାରେ କଦଳୀ ଏକ ଥଣ୍ଡା ଖାଦ୍ୟ । ତେଣୁ ଏହାକୁ ଫ୍ରିଜରେ ରଖିବା ଉଚିତ ନୁହେଁ । କଦଳୀକୁ ବାହାରେ ରଖିବା ଦ୍ୱାରା ପୋଷକ ତତ୍ତ୍ୱ ନଷ୍ଟ ହୁଏ ନାହିଁ ଏବଂ ଏହା ନଷ୍ଟ ହୋଇନଥାଏ । ଯଦି କଦଳୀ କଞ୍ଚା ଥାଏ ତେବେ ଫ୍ରିଜରେ ରଖିବା ଦ୍ୱାରା ପାଚିବା ସମ୍ଭାବନା କମ ହୋଇଥାଏ ।

ucm367249ବ୍ରେଡ :
ପାଉଁରୁଟିକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର ଶୁଖିଯାଏ । ଫ୍ରିଜର ଥଣ୍ଡା ତାପମାତ୍ରା ପାଉଁରୁଟିକୁ ଶକ୍ତ ଏବଂ ଚର୍ବଣଯୁକ୍ତ କରିଥାଏ । ଫଳରେ ପାଉଁରୁଟିର ସ୍ୱାଦ ମଧ୍ୟ ଖରାପ ହୋଇଥାଏ ।

କଫି :
ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି ତେବେ ମନେରଖନ୍ତୁ କଫିକୁ ଥଣ୍ଡା, ଶୁଖିଲା ଏବଂ ଅନ୍ଧାର ସ୍ଥାନରେ ରଖିବା ଆବଶ୍ୟକ । କିନ୍ତୁ ଏଥିପାଇଁ ଫ୍ରିଜର ଆଦୌ ଆବଶ୍ୟକତା ରହିନଥାଏ । ଏଥିପାଇଁ ଏହାକୁ ଫ୍ରିଜରେ ନରଖି ଏୟାର ଟାଇଟ ବାକ୍ସରେ ରଖନ୍ତୁ । ଏହାଦ୍ୱାରା କଫିର ସ୍ୱାଦ ସଠିକ ରହିଥାଏ । କିନ୍ତୁ ଏହାକୁ ଫ୍ରିଜରେ ରଖିଲେ ଏହା ଟାଣ ହୋଇଯାଇଥାଏ ।

ଟମାଟୋ :
ଟମାଟୋକୁ ଫ୍ରିଜରେ ସମସ୍ତେ ରଖନ୍ତି । କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ । ଫ୍ରିଜରେ ରଖିବା ଦ୍ୱାରା ଟମାଟୋର ସ୍ୱାଦ ନଷ୍ଟ ହୋଇଯାଇଥାଏ । ଏହାସହ ଟମାଟୋକୁ ରାନ୍ଧିବା ବେଳେ ଏହା ସହଜରେ ସିଝେ ନାହିଁ । ତେଣୁ ଏହାକୁ ବାହାରେ ରଖିବା ଆବସ୍ୟକ ।