ଗଣମାଧ୍ୟମ ଉପରେ ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ ! କହିଲେ ଗଣମାଧ୍ୟମକୁ ବେଇମାନ

34

କନକ ବ୍ୟୁରୋ: ଗଣମାଧ୍ୟମକୁ ବେଇମାନ କହିଲେ ଟ୍ରମ୍ପ । ସାମ୍ବାଦିକମାନେ ପୃଥିବୀର ସବୁଠାରୁ ବେଇମାନ ଲୋକ ବୋଲି କହିଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ଯେ ଗଣମାଧ୍ୟମ ସହ ତାଙ୍କର ଯୁଦ୍ଧ ଚାଲିଛି । ଭୁଲ ତଥ୍ୟ ପରିବେଷଣ ପାଇଁ ଗଣମାଧ୍ୟମକୁ ମୂଲ୍ୟ ଦେବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ତେବେ ଟ୍ରମ୍ପଙ୍କ ଶପଥ ସମାରୋହରେ କମ୍ ଲୋକ ଯୋଗ ଦେଇଥିଲେ ବୋଲି ଆମେରିକାର କିଛି ଗଣମାଧ୍ୟମ ସମ୍ବାଦ ପରିବେଷଣ କରିଥିଲେ । ଯାହାକୁ ନେଇ ସେ ଚିହିଁକି ଉଠିଛନ୍ତି । କହିଛନ୍ତି, ଶପଥ ଉତ୍ସବରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ରହିଥିଲେ । କିନ୍ତୁ କିଛି ଗଣମାଧ୍ୟମ ଖାଲି ପଡିଆକୁ ଦେଖାଇ ଭୁଲ ତଥ୍ୟ ଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁତ ମୂଲ୍ୟ ଦେବାକୁ ପଡିବ ବୋଲି ଧମକ ଦେଇଛନ୍ତ ଡୋନାଲ୍ଡ ଟ୍ରମ୍ପ ।