ଦୃଷ୍ଟିହୀନ ଡାକ୍ତର ! ଭିନ୍ନକ୍ଷମଙ୍କ ଭଗବାନ : ବଦଳାଇଲେ ଦଶହଜାର ଦିବ୍ୟାଙ୍ଗଙ୍କ ଜୀବନ

47

“ ତାଙ୍କର ନିଜର ଦୃଷ୍ଟିଶକ୍ତି ନାହିଁ, କିନ୍ତୁ ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେ ଜଣେ ଡାକ୍ତର । ତାଙ୍କ ଲକ୍ଷ୍ୟ, ଦିବ୍ୟାଙ୍ଗଙ୍କ ଜୀବନରେ ପରିବର୍ତ୍ତନ ଆଣିବା । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା । ସେମାନଙ୍କୁ ସମାଜରେ ସ୍ୱାଭିମାନର ସହ ବଂଚାଇବା ପାଇଁ କାମ କରିବା ।” ଏଭଳି ମହାନ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଡାକ୍ତର ଜିତେନ୍ଦ୍ର ଅଗ୍ରୱାଲ । ନିଜ ସ୍ୱେଚ୍ଛାସେବୀ ସଂଗଠନ ସାର୍ଥକ ଏଜୁକେଶନାଲ ଟ୍ରଷ୍ଟ ମାଧ୍ୟମରେ ପାଖାପାଖି ୧୦ହଜାର ଦିବ୍ୟାଙ୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କର୍ମ ନିଯୁକ୍ତି ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଭାରତ ହେଉଛିି ୨.୭ କୋଟି ବିକଳାଙ୍ଗଙ୍କ ଘର । ୨୦୧୧ ଜନଗଣନା ଅନୁସାରେ ଭାରତୀୟ ଜନ ସଂଖ୍ୟାର ଶତକଡା ୨.୨୧ ମାନସିକ ଓ ଶାରିରୀକ ଭାବେ ଅସମର୍ଥ । ଆମ ସମାଜରେ ବିକଳାଙ୍ଗଙ୍କୁ ସମସ୍ତେ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ, ଅନେକ ଭେଦଭାବ ଭିତରେ ରହିଥାନ୍ତି । ମହିଳାମାନେ ଅସୁରକ୍ଷିତ ଭାବେ ରହିଥାନ୍ତି । ତେଣୁ ତାଙ୍କୁ ପ୍ରତି ମୂହୂର୍ତ୍ତରେ ଚ୍ୟାଲେଂଜ ସାମ୍ନା କରିବାକୁ ପଡିଥାଏ ।

ଅନେକ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତିରେ ଭାରତରେ ଅନେକ ବ୍ୟକ୍ତିତ୍ୱ ଚାମ୍ପିଅନ ହୋଇଛନ୍ତି । ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଡାକ୍ତର ସୁରେଶ ଆଡୱାଣୀ, ସଂଗୀତଜ୍ଞ ରବୀନ୍ଦ୍ର ଜୈନ, ଏଭରେଷ୍ଟ ଆରୋହଣକାରୀ ପ୍ରଥମ ମହିଳା ଅରୁଣିଆ ସିହା ଆମକୁ ଶିଖାଇଛନ୍ତି ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ସ୍ୱପ୍ନକୁ ବାସ୍ତବତାରେ ପରିଣତ କରାଇଥା ଏ । ସେହିଭଳି ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଡାକ୍ତର ଜିତେନ୍ଦ୍ର ଅଗ୍ରୱାଲ , ଯିଏ ଦିବ୍ୟାଙ୍ଗଙ୍କ ପାଇଁ ଭଗବାନ ପାଲଟିଛନ୍ତି ।

ଜିତେନ୍ଦ୍ରଙ୍କ ସଂଗଠନ ସାର୍ଥକ ଏଜୁକେଶନାଲ ଟ୍ରଷ୍ଟ ୧୩ଟି ଦକ୍ଷତା ବିକାଶ ସଂଗଠନ ମାଧ୍ୟମରେ ଆଇଟି, ବିପିଓ ଓ ହସ୍ପିଟାଲିଟିକ୍ଷେତ୍ରରେ ପାଖାପାଖି ୧୦ହଜାର ଦିବ୍ୟାଙ୍ଗଙ୍କୁ ଚାକିରି ଦେଇ ସେମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି । ଦନ୍ତ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ଅଗ୍ରୱାଲ ୨୦୦୪ରେ ରେଟିନା ସମସ୍ୟା ଯୋଗୁ ତାଙ୍କର ଦୃଷ୍ଟିଶକ୍ତି ହରାଇ ବସିଥିଲେ । ପତ୍ୟୋକ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରୁଥିଲେ । ଏଥିପାଇଁ ଚାରିବର୍ଷ କାଳ ପ୍ରତି ସେକେଣ୍ଡରେ ତାଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡୁଥିଲା । ଆମ ସମାଜରେ ବିକଳାଙ୍ଗଙ୍କ ପାଇଁ ଚ୍ୟାଲେଂଜ ହେଉଛି ମାନସିକଭାବେ ବିକଳାଙ୍ଗଙ୍କୁ ଗ୍ରହଣ ନକରିବା ଓ ସ୍ୱତନ୍ତ୍ର ସୁବିଧାସୁଯୋଗର ଅଭାବ । ଫଳରେ ମୋତେ ସବୁବେଳେ ଜଣଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା ।

ଫଳରେ ଜିତେନ୍ଦ୍ର ଚିନ୍ତା କରିଥିଲେ ତାଙ୍କ ଭଳି ଲୋକଙ୍କୁ ସହଯୋଗ କରିବେ । ସେ ନିଜର ଦୈନନ୍ଦିନ କାର୍ଯ୍ୟପାଇଁ ସେ ପ୍ରଥମେ ସ୍କ୍ରିନ ରିଡର ଓ ଅନ୍ୟ ସଫୱେର ବ୍ୟବହାର କରିବା ପାଇଁ ଟ୍ରେନିଂ ନେଲେ । ତାପରେ ଦିବ୍ୟାଙ୍ଗଙ୍କୁ ସାହାଯ୍ୟକରିବା ପାଇଁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ୨୦୦୮ରେ ତାଙ୍କର ପ୍ରଥମ ସ୍ୱପ୍ନ ପୂରଣ ହୋଇଥିଲା । ଦିଲ୍ଲୀରେ ସାର୍ଥକ ସେଂଟର ଖୋଲି ଦୃଷ୍ଟିଶକ୍ତି ହରାଇଥିବା ଲୋକଙ୍କୁ ସକ୍ଷମ କରାଇବା ସହ ମେଡିକାଲ ଟ୍ରାନସକ୍ରିପସନ କ୍ଷେତ୍ରରେ ଚାକିରି କରାଇଥିଲେ ।

୨୦୦୪ରୁ ୨୦୦୭ ଜିତେନ୍ଦ୍ର ଅନ୍ଧାରରେ ବାଡି ବୁଲାଉଥିଲେ, ସେ ଜାଣିନଥିଲେ ଭାରତରେ ପିଡବ୍ଲ୍ୟୁଡି କଣ କରୁଛି ? ଗବେଶଣା କରିବା ପରେ ଜାଣିଲି ଦିବ୍ୟାଙ୍ଗଙ୍କୁ ଦୟା କରାଯାଉଛି । ସେମାନଙ୍କ ସଶକ୍ତିକରଣ ପାଇଁ ଚେଷ୍ଟା କରାଯାଉନାହିଁ । ଏହା ମୋତେ ଦିବ୍ୟାଙ୍ଗଙ୍କ ପାଇଁ କିଛି କରିବାକୁ ପ୍ରେରଣା ଦେଇଥିଲା । ଫଳରେ ଦିଲ୍ଲୀରେ ସାର୍ଥକ ସେଂଟର ଖୋଲିଲି ବୋଲି କହିଥିଲେ ସାର୍ଥକ ଏଜୁକେଶନାଲ ଟ୍ରଷ୍ଟର ପ୍ରତିଷ୍ଠାତା ଡାକ୍ତର ଜିତେନ୍ଦ୍ର ଅଗ୍ରୱାଲ ।

ବିକଳାଙ୍ଗଙ୍କ ବିକାଶ ପାଇଁ ଚାରି ପ୍ରକାରର ଟ୍ରେନିଂର ବ୍ୟବସ୍ଥା କରିଥିଲେ । ବେସିକ ଟ୍ରେନିଂ ପ୍ରୋଗ୍ରାମ. ନିଯୁକ୍ତି ଟ୍ରେନିଂ, କର୍ପୋରେଟ ଟ୍ରେନିଂ ଓ ମେଡିକାଲ ଟ୍ରନସକ୍ରିପସନ । ତାସହ ୧୮ରୁ ୩୦ ବର୍ଷ ର ଦିବ୍ୟାଙ୍ଗଙ୍କୁ କମ୍ପ୍ୟୁଟର, ଇଂରାଜୀ ବିଷୟରେ ଶିକ୍ଷା ଦେଇ ବିଭିନ୍ନ କ୍ଷେତ୍ରରେ ଚାକିରି କରାଇଥିଲେ । କିନ୍ତୁ ଜିତେନ୍ଦ୍ରଙ୍କ ସଂଗଠନର ମୂଳ ଲକ୍ଷ୍ୟ ଥିଲା, ଦିବ୍ୟାଙ୍ଗହ୍କ ଦକ୍ଷତା ବିକାଶ, ନିଯୁକ୍ତି ଓ କମ ବୟସର ବିକଳାଙ୍ଗଙ୍କୁ ଖୋଜିବା । ତା ସହ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଖୋଜିବା ,ବିକଳାଙ୍ଗମାନେ କିପରି କର୍ପୋରେଟ କ୍ଷେତ୍ରରେ ସଫଳ ହୋଇପାରିବେ ତାଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ ।

ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ଡାକ୍ତର ଅଗ୍ରୱାଲ ପ୍ରତିବର୍ଷ ଜାତୀୟସ୍ତରର କର୍ମଶାଳା ଅୟୋଜନ କରିଥାଆନ୍ତି । ଏହାର ଲକ୍ଷ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ଦିବ୍ୟାଙ୍ଗଙ୍କ ବିକାଶ ଉପରେ ଚିନ୍ତା କରିବା । ଡାକ୍ତର ଅଗ୍ରୱାଲ ବର୍ତ୍ତମାନ କେବଳ ବାରତ ନୁହେଁ, ଆମର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା, ଭୂଟାନ ଓ ଅନ୍ୟ ଦେଶରେ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ କାମ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ସୌଜନ୍ୟ: ୟୋରଷ୍ଟୋରୀ