ଭୁୁଲରେ ବି ଫୋନରେ ସେଭ୍ କରନ୍ତୁ ନାହିଁ ଚାରୋଟି ନମ୍ବର ! କ୍ଷତି ସହିବା ସହ ବ୍ଲାମମେଲିଂର ଶିକାର ହୋଇପାରନ୍ତି

504

ଆଜିକାଲି ସମସ୍ତେ କାମ ଅନଲାଇନରେ ହେଉଛି । ଏଥିପାଇଁ ଏଟିଏମ ପିନ୍ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଆକାଉଂଟ ନମ୍ବର, ଅନଲାଇନ ଆକାଉଂଟର ପାସୱାର୍ଡ଼, କଷ୍ଟମର ଆଇଡ଼ି, କ୍ରେଡ଼ିଟ୍ କାର୍ଡ଼, ଅନଲଲାଇନ୍ ସପିଂ ସାଇଟ ଆଇଡ଼ି, ପାସୱର୍ଡ଼ ସମେତ ବହୁତ ଅନେକ ଏପରି ନମ୍ବର ଅଛି ଯାହା ପ୍ରତିଦିନ ବ୍ୟବହାର କରାଯାଏ । କିନ୍ତୁ ଏତେ ଗୁଡ଼ିଏ ନମ୍ବର ମନେରଖିବା ଅସମ୍ଭବ । ଏପରିସ୍ଥଳେ ଆମେ ନିଜର ସୁବିଧା ପାଇଁ ଫୋନରେ କିଛି ଏପରି ଜରୁରୀ ନମ୍ବର ସେଭ୍ କରି ନିଅନ୍ତି । ଯାହା ବିଲକୁଲ ଠିକ୍ ନୁହେଁ । ଅନ୍ୟ କାହା ହାତରେ ଏହି ଗୁରତ୍ୱପୂର୍ଣ୍ଣ ନମ୍ବର ଗୁଡ଼ିକ ଲାଗିଲେ ଆପଣଙ୍କର ବଡ଼ କ୍ଷତି ହୋଇପାରେ । ଆଜି ଆମେ ଆଲୋଚନା କରିବା କିଛି ଏପରି ନମ୍ବର ବିଷୟରେ ଯାହାକୁ ଫୋନରେ ସେଭ୍ କରିବା ଉଚିତ ନୁହେଁ ।

do not save these numberବ୍ୟକ୍ତିଗତ ନମ୍ବର- ପ୍ରାୟ ଲୋକେ ନିଜର ଆଧାର ନମ୍ବର, ପାନ୍ ନମ୍ବର, ବ୍ୟାଙ୍କ୍ ଆକାଉଂଟ ନମ୍ବର ଆଦିକୁ ନିଜର ଫୋନରେ ସେଭ୍ କରି ରଖନ୍ତି । ଏପରି କରିବା ଦ୍ୱାରା ସେହି ନମ୍ବର ଗୁଡ଼କୁ ମନେ ରଖିବା ପାଇଁ ପଡ଼ିବ ନାହିଁ । ତେବେ ଏପରି ନମ୍ବରକୁ ଭୁଲରେ ବି ନିଜ ଫୋନରେ ସେଭ୍ କରନ୍ତୁ ନାହିଁ । କାରଣ ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଅନ୍ୟ କୌଣସି ହାତରେ ପଡ଼ିଯାଏ ତେବେ ଆପଣ ବିପଦରେ ପଡ଼ିପାରନ୍ତି । ଆପଣଙ୍କୁ ବଡ଼ କ୍ଷତି ମଧ୍ୟ ସହିବା ପାଇଁ ପଡ଼ିପାରେ ।

ପାସୱର୍ଡ଼ – ଆଜିକାଲି ସମସ୍ତଙ୍କ ପାଖରେ ଥାଏ ଅନେକ ପ୍ରକାର ପାସୱର୍ଡ଼ । ଯାହାକୁ ମନେ କରିବା ବହୁତ ମୁସ୍କିଲ ହୋଇପଡ଼େ । କିନ୍ତୁ ମୁସ୍କିଲ କାମକୁ ସହଜ କରିବା ପାଇଁ ଆପଣଙ୍କ ନିଜ ମୋବାଇଲରେ ସେଭ୍ କରି ରଖନ୍ତି । ମୁଖ୍ୟତଃ ଅନଲାଇନ୍ ସପିଂ ୱେବସାଇଟ୍ ଓ ନେଟ୍ ବ୍ୟାଙ୍କିଙ୍ଗର ପାସୱର୍ଡ଼କୁ କେବେ ଭୁଲରେ ବି ମୋବଇଲରେ ସେଭ୍ କରି ରଖନ୍ତୁ ନାହିଁ । ମୋବାଇଲ ଚୋରି ହେଲେ ଆପଣଙ୍କ ନମ୍ବରର ଖରାପ ବ୍ୟବହାର ହୋଇପାରେ ।

ଡ଼େବିଟ୍ ଓ କ୍ରେଡ଼ିଟ୍ କାର୍ଡ଼ ନମ୍ବରର ଫଟୋ – ଅନେକ ଥର ଆମେ କ୍ରେଡ଼ିଟ୍ କାର୍ଡ଼ ଓ ଡେବିଟ୍ କାର୍ଡ଼ର ଫଟୋ ଉଠାଇ ମୋବାଇଲରେ ରଖିନିଆନ୍ତି । ଏପରି କରିବାଦ୍ୱାରା ଉୟଭ ପଟର ଫଟୋରେ କାର୍ଡ଼ର ଏକ୍ସପାୟରୀ ଡେଟ୍, ନାମ, ସଭିଭିି ନମ୍ବର ପରି ସୂଚନା ସହଜରେ ମିଳିଯାଏ । ଏପରିସ୍ଥଳେ ଖରାପ ଲୋକଙ୍କ ହାତରେ ଆପଣଙ୍କ ଫୋନ ଲାଗିଲେ ଆପଣ ଜାଣିପାରୁଥିବେ ଆପଣଙ୍କୁ କେତେ କ୍ଷତି ସହିବା ପାଇଁ ପଡ଼ିବ ।

ବ୍ୟକ୍ତିଗତ ଫଟୋ – ସବୁ ମଣିଷଙ୍କ ଜୀବନରେ ଏପରି କିଛି ମୁହୂର୍ତ୍ତ ଥାଏ, ଯାହାକୁ ସେ ସବୁଦିନ ପାଇଁ ସାଇତି ରଖିବା ପାଇଁ ଚାହେଁ । କୌଣସି ବି ପ୍ରକାର ଫଟୋ ଉଠାଇବା ପାଇଁ ଆପଣଙ୍କରୁ ପୁରା ଅଧିକାର ରହିଛି । କିନ୍ତୁ ଫୋନନରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ସେଭ୍ କରି ରଖନ୍ତୁ ନାହିଁ । କାରଣ ଫୋନ୍ ହଜିଗଲେ ଆପଣ ବ୍ଲାକମେଲ ଶିକାର ହୋଇପାରନ୍ତି ।