ଟାଇଗର ଶ୍ରଫଙ୍କ କଥିତ ଗର୍ଲଫ୍ରେଣ୍ଡ ଦିଶା ପଟ୍ଟାନୀ ସାଇନ କଲେ ତାମିଲ ସିନେମା ! ବଜେଟରେ ରହିଛି ୧୫୦ କୋଟି

143

ଟାଇଗର ଶ୍ରଫଙ୍କ ଗର୍ଲଫ୍ରେଣ୍ଡ ଦିଶା ପଟ୍ଟାନୀ ସାଇନ କରିଛନ୍ତି ତାମିଲ ସିନେମା । ଖବର ଅନୁସାରେ ଏହି ସିନେମା ଐତିହାସିକ ତଥ୍ୟ ଉପରେ ଆଧାରିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିଶା ପଟ୍ଟାନୀ ପ୍ରଥମ ଥର ପାଇଁ ତାମିଲ ସିନେମାରେ କାମ କରିବା ପାଇଁ ଯାଉଛନ୍ତି । ତାମିଲ ସିନେମା ‘ସଂଘମିତ୍ରା’ ସାଇନ କରିଛନ୍ତି ଦିଶା । ଏହି ସିନେମାରେ ରାଜକୁମାରୀ ‘ସଂଘମିତ୍ରା’ ତଥା ମୁଖ୍ୟ ଭୂମିକାରେ ଅଭିନୟ କିରବେ ଦିଶା । ଏହି ସିନେମା ପାଇଁ ପ୍ରଥମେ ଶ୍ରୁତି ହାସନଙ୍କୁ ଅଫର କରାଯାଇଥିଲା । କିନ୍ତୁ କୌଣସିି କାରଣ ବଶତଃ ଦୀଶା ତାଙ୍କୁ ରିପ୍ଲେସ କରିଛନ୍ତି । ତାମିଲ ସିନେମାର ଜଣାଶୁଣା ନିର୍ଦ୍ଦେଶକ ଶଙ୍କର ଏହି ସିନେମା ତିଆରି କରୁଛନ୍ତି । ଏହି ସିନେମାରେ ଜୟମ ରବି ଓ ଆର୍ଯ୍ୟା ପରି ଲୋକପ୍ରୟି ଅଭିନେତା ମଧ୍ୟ ଅଭିନୟ କରିବେ ।

‘ସଂଘମିତ୍ରା’ ସିନେମା ପାଇଁ ପାଖାପାଖି ୧୫୦ କୋଟିର ବଜେଟ୍ ହୋଇଛି । କେବଳ ତାମିଲ ଭାଷାରେ ନୁହେଁ ଏହି ସିନେମାକୁ ଅନେକ ଭାଷାରେ ରିଲିଜ କରିବାର ଯୋଜନା ରହିଛି । ସୂଚନାଯୋଗ୍ୟ ଦିଶା ପଟ୍ଟାନୀ ଏବେ ବଲିଉଡ଼୍ ସିନେମା ‘ବାଗୀ ୨’ରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କର ବୟଫ୍ରେଣ୍ଡ ଟାଇଗର ଶ୍ରଫ ଓ ତାଙ୍କ ମୁଖ୍ୟ ଭୂମିକା ରହିଛି । ଦିଶା, ତେଲୁଗୁ ସିନେ ଇଣ୍ଡଷ୍ଟ୍ରୀରୁ ହିଁ ମନୋରଞ୍ଜନ ଜଗତରେ ପାଦ ଥାପିଥିଲେ । ୨୦୧୫ରେ ବରୁଣ ତେଜଙ୍କ ବିପକ୍ଷରେ ‘ଲୋଫର’ ନମାକୁ ସିନେମାରୁ ଅଭିନୟ ଆରମ୍ଭ କରିଥିଲେ । ଏହା ବ୍ୟତୀତ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ସିନେମା ‘ଏମଏସଧୋନୀ -ଦ ଅନଟୋଲ୍ଡ ଷ୍ଟୋରୀ’ ରେ ନଜର ଆସିଥିଲେ ।