ଢେଙ୍କାନାଳ : ଇଚ୍ଛାବତୀପୁରରେ ହାତୀ ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

36

କନକ ବ୍ୟୁରୋ : ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ । ଢେଙ୍କାନାଳ ପଶ୍ଚିମାଂଚଳ ରେଂଜ ଅନ୍ତର୍ଗତ ଇଛାବତୀପୁର ଗାଁରେ ହାତୀ ଆକ୍ରମଣରେ ଦୁଇ ଜରଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ପାତାଳି ବେହେରା ଓ ସୁରେନ୍ଦ୍ର ବେହେରା ।

ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ପାତାଳି ଓ ସୁରେନ୍ଦ୍ର । ଏହି ଅଂଚଳରେ ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି । ତେବେ ବନ ବିଭାଗ ଏହାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।