ଲୋକଙ୍କ ପାଖରେ ପହଞ୍ଚିବ ବ୍ୟାଙ୍କ ! ପ୍ରତି ୫ କିମି ବ୍ୟବଧାନରେ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ଅର୍ଥ ମନ୍ତ୍ରାଳୟର ନିଷ୍ପତ୍ତି

42

ବ୍ୟାଙ୍କିଂ କାରବାରକୁ ପ୍ରୋତ୍ସାହିତ କରିବା ସହ ଲୋକଙ୍କ ସୁବିଧା ପାଇଁ ଅତି ନିକଟରେ ଯୋଗାଇ ଦିଆଯିବ ବ୍ୟାଙ୍କିିଂ ସେବା । ପ୍ରତି ୫ କିମି ବ୍ୟବଧାନରେ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅର୍ଥ ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଅର୍ଥ ସମସ୍ତ ଅଂଚଳ ତଥା ନକ୍ସଲ ପ୍ରଭାବିତ ଓ ପାହାଡ଼ି ଇଲାକାରେ ମଧ୍ୟ ବ୍ୟାଙ୍କିଂ ସେବା ଉପଲବ୍ଧ ହେବ । ଲୋକଙ୍କୁ ହଇରାଣ ହୋଇ ଆଉ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ପଡ଼ିବ ନାହିଁ । ଏପର ହେବା ଦ୍ୱାରା ଖୁବ ସହଜରେ ଲୋକେ ବ୍ୟାଙ୍କକୁ ଯାଇ ନିଜ କାମ କରିପାରିବେ । ଆଜିକା ସମୟରେ ବି ଏପରି ଅଂଚଳ ଅଛି ଯେଉଁଠି ଗୋଟିଏ ବ୍ଲକରେ ଥାଏ ମାତ୍ର ଗୋଟିଏ ସରକାରୀ ବ୍ୟାଙ୍କ୍ । ଯଦ୍ୱାରା ବ୍ୟାଙ୍କ କାମ ପାଇଁ ଲୋକେ ଅନେକ ଦୂରରୁ ଆସନ୍ତି ଓ ଅନେକ ସମୟ ଧରି ତାଙ୍କୁ ଲମ୍ବା ଧାଡ଼ିରେ ମଧ୍ୟ ଅପେକ୍ଷା କରିବା ପାଇଁ ପଡ଼େ । ଏପରି ସମସ୍ୟାର ସମାଧାନ ପାଇଁ ଅର୍ଥ ମନ୍ତ୍ରାଳୟ ପଦକ୍ଷେପ ନେଉଛି । ତେବେ ବ୍ୟାଙ୍କ୍ ଏବେ ବଦେଶୀ କ୍ଷତି ଉଠାଉଥିବା ଶାଖାକୁ ବନ୍ଦ କରିବାପାଇଁ ନିଷ୍ପତ୍ତି ନେିଛି । ଆଉ ଏହାର କାମ ପୂର୍ବରୁ ଆରମ୍ଭ ହୋଇ ସାରିଛି ।

ସରକାରୀ ବ୍ୟାଙ୍କଗୁଡ଼ିକୁ ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେବା ପାଇଁ ମନସ୍ଥ କରିଛନ୍ତି କେନ୍ଦ୍ର ସରକାର । ଏହା ବ୍ୟତୀତ ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟଶୈଳୀରେ ମଧ୍ୟ ଆମୂଳଚୁଳ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବ୍ୟାଙ୍କଗୁଡ଼ିକ ପାଇଁ ବିଭିନ୍ନ ମାନଦଣ୍ଡ ରଖାଯାଇଛି । ଏବେ ବଡ଼ ବଡ଼ ବ୍ୟବସାୟୀଙ୍କୁ ଋଣ ଦେବା ଠାରୁ ଆରମ୍ଭ କରି ସାମାନ୍ୟ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ପାରଦର୍ଶିତା ଦେଖାଇବା ପାଇଁ ପଡ଼ିବ ।

ଏହା ବ୍ୟତୀତ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ହୋଇଛି ଋଣ ଶୁଝୁନଥିବା ସମସ୍ୟା ପାଇଁ ଅଲଗା କିଛି ସମାଧନା ବାହାର କରନ୍ତୁ । ଏବେଠାରୁ ବଡ଼ ବଡ଼ ଯୋଜନା ପାଇଁ ଏକାବେଳକେ ଋଣ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ବରଂ ଆରମ୍ଭ ହେଉଥିବା କାମ ଆଧାରରେ ଋଣ ରାଶି ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ହୋଇଛି । ଯେଉଁ ପ୍ରକାରେ ପରିଯୋଜନା ଶେଷ ହେବ ସେହି ଅନୁସାରେ ମିଳିବ ଋଣରାଶି । ଜିଏସଟି ପଞ୍ଜିକରଣ କରାଇଥିବା ଛୋଟ ଓ ବଡ଼ ଉଦ୍ୟାଗୀଙ୍କୁ ସହଜରେ ଋଣ ପ୍ରଦାନ କରିବା ପାଇଁ ନିମୟ ପ୍ରଣୟନ ହେଉ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।