ବାଣ ଫୁଟିବା ପୂର୍ବରୁ ବିଷାକ୍ତ ହେଲା ଦିଲ୍ଲୀର ବାୟୁ : ପ୍ରଦୂଷଣ ସ୍ତର ସଙ୍ଗୀନ, ସତର୍କ ରହିବାକୁ ପରାମର୍ଶ

79

କନକ ବ୍ୟୁରୋ : ଆଲୋକର ପର୍ବରେ ରଙ୍ଗୀନ ହୋଇଛି ସାରା ଦେଶ । କେଉଁଠି ବାଣ ଫୁଟାଇ ଲୋକେ ଦୀପାବଳି ପାଳୁଛନ୍ତିି ତ ଆଉ କେଉଁଠି ଲୋକେ ରଙ୍ଗୋଲି ତିଆରି କରି ମିଠା ଖୁଆଇ ଦୀପାବଳି ପାଳୁଛନ୍ତି । ଦୀପାବଳି ପୂର୍ବରୁ ବିଷାକ୍ତ ହେଲା ଦିଲ୍ଲୀର ବାୟୁ । ଦିଲ୍ଲୀ ଏନସିଆରର ଲୋକେ ବାଣ ଫୁଟାଇବା ଆଗରୁ ବିଷାକ୍ତ ବାୟୁୂ ବହିବା ଆରମ୍ଭ କରିଦେଇଛି । ଆଜି ଦିଲ୍ଲୀରେ ପ୍ରଦୂଷଣ ଆହୁରି ସଙ୍ଗୀନ ହୋଇପଡିଛି । ଲୋଧି ରୋଡ ଅଂଚଳରେ ପ୍ରଦୂଷଣର ସ୍ତର ଆହୁରି ବୃଦ୍ଧି ପାଇଛି । ଏଠାରେ ୨.୫ର ସ୍ତର ୨୨୮ ରହିଥିବାବେଳେ ପିଏମ ୧୦ର ସ୍ତର୨୩୨ ଦର୍ଜ କରାଯାଇଛି । ତେବେ ପ୍ରଦୂଷଣକୁ ନଜରରେ ରଖୀ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ଛୋଟ ପିଲାମାନଙ୍କୁ ମାସ୍କ ପିନ୍ଧି ବାହାରକୁ ବାହାରିବାକୁ କୁହାଯାଇଛି । ଲୋକମାନେ ଘରୁ ବାହାରିବା ମାତ୍ରେ ମାସ୍କ ଲଗାଇ ବାହାରୁଥିବାର ଦେଖିବାକୁ ମିଳୁଛି ।

ଜନସଂଖ୍ୟା ଓ ଗାଡ଼ିମଟର ବୃଦ୍ଧି ତାସାଙ୍ଗକୁ ଜଙ୍ଗଲକ୍ଷୟ ଓ ଅଧିକ ସଂଖ୍ୟାରେ କଳକାରଖାନା ଦିଲ୍ଲୀ ପ୍ରଦୂଷଣ ସ୍ଥିତିକୁ ସଙ୍ଗୀନ କରିବାରେ ଲାଗିଛି । ଦୀପାବଳୀ ପୂର୍ବରୁ ଦିଲ୍ଲୀର ବାୟୁପ୍ରଦୂଷଣ ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଯାଇନ୍ତି ଦିଲ୍ଲୀବାସୀ । ଦିପାବଳୀ ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଯେ ଆହୁରି ଭୟଙ୍କର ହେବ ଏଥିରେ କୌଣସି ସନ୍ଦେହ ନାହିଁ ।