ସାମ୍ନାକୁ ଆସିଲା ଦୀପବୀରଙ୍କ ରିସେପସନ୍ ଫଟୋ ! ବାପା ଘରେ ଉତ୍ସବ ପାଳିଲେ ନବବଧୂ ଦୀପିକା ।

247

ବଲିଉଡର ନାମୀ ଷ୍ଟାର୍ ଦୀପିକା ପାଦୁକୋନ୍ ଏବଂ ରଣବୀର୍ ସିଂହଙ୍କ ବିବାହ ଇଟାଲୀରେ ସଂପନ୍ନ ହେବା ପରେ ଦୁହେଁ ଭାରତ ଫେରି ପ୍ରଥମେ ଶାଶୁଘର ଏବଂ ପରେ ବାପଘର ବାଙ୍ଗାଲୁର ଯାଇଥିଲେ । ଦୀପିକାଙ୍କ ପରିବାର ପକ୍ଷରୁ ଷ୍ଟାର ହୋଟେଲ ଲୀଲା ପ୍ୟାଲେସରେ ଏକ ରିସେପ୍ସନ ପାର୍ଟି ରଖାଯାଇଥିଲା। ଉଭୟଙ୍କୁ ସ୍ୱାଗତ କରିବା ପାଇଁ ଦୀପିକାଙ୍କ ଘର ସଜେଇ ହୋଇରହିଥିଲା । ତେବେ ଗତକାଲି ଦୁହିଁଙ୍କ ରିସେପସନ୍ ପାର୍ଟି ଥିଲା ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

 

ଇଟାଲୀରେ ୩୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରିଥିବା ଦୀପବୀର୍ ଏହି ଉତ୍ସବରେ ପରିବାର ସଦସ୍ୟ,ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦେଇଥିଲେ । ତେବେ ଆଉ ଏକ ରିସେପ୍ସନ ପାର୍ଟି ମୁମ୍ବାଇରେ ଦିଆଯିବ ବୋଲି ସୁଚନା ମିଳୁଛି । ଯେଉଁଥିରେ ବଲିଉଡ୍ କଳାକାରଙ୍କ ନିମନ୍ତ୍ରଣ ଦିଆଯିବ ବୋଲି ଶୁଣିବାକୁ ମିଳୁଛି ।

 

ତେବେ ବାଙ୍ଗାଲୁରରେ ଦୁହିଁଙ୍କ ବେଶପୋଷାକ ଖୁବ୍ ସୁନ୍ଦର ହୋଇଥିଲା । କଳା ମଖମଲ୍ କପଡାରେ ସାହି ଡିଜାଇନ୍ ହୋଇଥିବା ଶେରୱାନୀ ପିନ୍ଧି ରଣବୀର୍ ରାଜା ଭଳି ଦେଖାଯାଉଥିବା ବେଳେ ଦୀପିକା ମଧ୍ୟ ସୁନେଲୀ ଶାଢୀ ଏବଂ ମଥାରେ ସିନ୍ଦୁର ପିନ୍ଧି କୌଣସି ରାଣୀ ଠାରୁ କମ୍ ଲାଗୁନଥିଲେ ।