ତେଜ ପ୍ରତାପଙ୍କ ନିଷ୍ପତ୍ତିରେ ଲାଲୁଙ୍କୁ ଲାଗିଲା ଝଟକା, ରାଂଚିରେ ବିଗିଡିଲା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ

ଆରଜେଡି ସୁପ୍ରିମୋଙ୍କୁ ଆଘାତ ପହଂଚାଇଲା ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦ ନିଷ୍ପତ୍ତି

128

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ, ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ବିଚ୍ଛେଦ ହେବାକୁ ମନ ବଳାଇସାରିଲେଣି । ତେଜ ପ୍ରତାପ କୋର୍ଟରେ ଛାଡପତ୍ର ପାଇଁ ଆବେଦନ ବି କରିସାରିଲେଣି । ଏମାନଙ୍କ ଏଭଳି ନିଷ୍ପତ୍ତିରୁ ଲାଲୁଙ୍କୁ ବଡ ଝଟକା ଲାଗିଛି । ରାଂଚିର ହସପିଟାଲରେ ଭର୍ତ୍ତି ଲାଲୁଙ୍କ ସ୍ୱାସ୍ଥ୍ୟ ଆହୁରି ଅଧିକ ବିଗିଡିଥିବାର ଖବର ଆସିଛି ।

ପାରିବାରିକ ସୂତ୍ରରୁ ଜଣାପଡିଛି ଯେ, ତେଜ ପ୍ରତାପଙ୍କ ଏହି ଫଇସଲା ଯୋଗୁଁ ଯାଦବ ପରିବାର ଅଡୁଆରେ ପଡିଯାଇଛି । ତେଜ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ୬ ମାସ ପୂର୍ବେ ହୋଇଥିଲା । ଏହି ବିବାହରେ ଯୋଗ ଦେବା ପାଇଁ ଲାଲୁ ଜେଲ୍ ରୁ ଛୁଟି ନେଇ ପଟନା ପହଂଚିଥିଲେ । ଛାଡପତ୍ର ପାଇଁ ଆବେଦନ କରିବାର ତୁରନ୍ତ ପରେ ତେଜ ପ୍ରତାପ ଲାଲୁଙ୍କୁ ଭେଟିବା ପାଇଁ ରାଂଚି ପାଇଁ ପ୍ରସ୍ଥାନ କରିଥିଲେ । ପ୍ରକୃତରେ ତେଜ ପ୍ରତାପଙ୍କ ନିଷ୍ପତ୍ତି ଲାଲୁ ପରିବାର ପାଇଁ ଏକ ବଡ ସଦମା । ଘଟଣାର ସୂଚନା ମିଳିବା ପରେ ରାଂଚି ହସପିଟାଲରେ ଚିକିତ୍ସିତ ଲାଲୁ ଗଭୀର ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ, ତେଜ ପ୍ରତାପଙ୍କୁ ବୁଝାଇବା ଚେଷ୍ଟା ଜାରି ରଖିଛି ପରିବାର । ଛାଡପତ୍ର ଆବେଦନର ଶୁଣାଣି ପାଇଁ କୋର୍ଟ ୨୯ ନଭେମ୍ବର ନିର୍ଦ୍ଧାରିତ କରିଛି ।