ନୂଆ ଲୁକରେ ଡନ୍

113

କେବେ ଧରାପଡ଼ିବ ଦାଉଦ୍ ? କେବେ ହାତମୁଠାକୁ ଆସିବ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଦାଉଦ୍ ଇବ୍ରାହିମ୍ ? ଏହି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ ଗଣମାଧ୍ୟମରେ । ମୁମ୍ବାଇରେ ଅତୀତରେ ହାହାକାର ମଚାଇଥିଲା ଦାଉଦ୍ । ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଦାଉଦ ଇବ୍ରାହିମ ।  ହତ୍ୟା, ଲୁଣ୍ଠନ, ବୋମା ବିସ୍ଫୋରଣ ପରି ଅନେକ ଅପରାଧିକ ମାମଲାରେ ଫେରାର୍ ଥିବା ମୁମ୍ବାଇର ଇଂଟରନ୍ୟାସନାଲ୍ ଡନ୍ ଅନେକ ବର୍ଷ ଧରି ମୁଣ୍ଡବିନ୍ଧାର କାରଣ ପାଲଟିଛି ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ପାଇଁ । ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ସ୍ଥାନ ପାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚା ଦାଉଦ୍ ଇବ୍ରାହିମର ନୂଆ ଫଟୋଚିତ୍ରକୁ ନେଇ । ଇଂଟରନେଟରେ ଆସିଛି ଦାଉଦର ନୂଆ ଫଟୋ । ଯେଉଁଥିରେ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି ଏହି ଗ୍ୟାଙ୍ଗଷ୍ଟରକୁ । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ନୂଆ ଲୁକରେ ଡନ୍ ।

daudଚେହେରା ପୁରୁଣା ଲୁକ୍ ନୂଆ । ଏ ହେଉଛି ଦାଉଦ୍ ଇବ୍ରାହିମର ସତ୍ୟତମ ଫଟୋ । ଯେଉଁଥିରେ ଦାଉଦ୍ ଚେହେରାରେ ନାହିଁ ତାର ଟ୍ରେଡ୍ ମାର୍କ ନିଶ । ବୟସ ୬୦ କିନ୍ତୁ ନୂଆ ଲୁକରେ ଦାଉଦ୍ ଦେଖାଯାଉଛି ଜଣେ ଯୁବକ ପରି । ଦେଖନ୍ତୁ ଏ ହେଉଛି ଡନର କିଛି ପୁରୁଣା ଫଟୋ । dawoodଆଖିରେ ଅଛି ଗଗଲସ୍ । ଚେହେରାରେ ନିଶ ।ଫଟୋ ବଦଳିଛି କିନ୍ତୁ ନିଶ ବଦଳିନାହିଁ । ସଦ୍ୟତମ ଫଟୋରେ କିନ୍ତୁ ଦାଉଦ୍ କାଟିଦେଇଛି ନିଜ ନିଶ । ଦାଉଦ୍ ପିନ୍ଧିଛି କଳା ଧଳା ପଠାଣି ସୁଟ୍ । ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣ ପରେ ଏହା ହେଉଛି ଦାଉଦର ପ୍ରଥମ ଫୁଲ୍ ଫଟୋଗ୍ରାଫ୍ । କୁହାଯାଉଛି କରାଚୀରେ ଜଣେ ସାମ୍ବାଦିକ ଉଠାଇଥିଲେ ଦାଉଦର ଏହି ଫଟୋ । ଏହାକୁ ଦେଖି ଦାଉଦ୍ ଇବ୍ରାହିମ୍ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିବା ଅନୁମାନ କରାଯାଉଛି । ଫଟୋ ଇଂଟରନେଟରେ ଉପଲବ୍ଧ ହେବାପରେ ଏହା ଆଲୋଡ଼ନ ସୃଷ୍ଟି କରିଛି । ଏହା ପୂର୍ବରୁ କୁଖ୍ୟାତ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମର ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଥିଲା ବିନା ନିଶରେ । ଏବେ ଦାଉଦ୍ ଇବ୍ରାହିମ୍ ନୂଆ ଲୁକ୍ ସହ ପୁଣି ଥରେ ଆସିଛି ଚର୍ଚ୍ଚାକୁ । ପାକିସ୍ତାନ ସହାୟତାରେ ବର୍ଷ ବର୍ଷ ଭାରତୀୟ ସୁରକ୍ଷା ଏଜେନ୍ସି ଆଖିରେ ଧୂଳି ଦେଇ ଅଣ୍ଡରଗ୍ରାଉଣ୍ଡ ରହୁଥିବା ଦାଉଦକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ୨୦୦୩ ମସିହାରୁ ଦାଉଦ୍ ଚେହେରାରେ ନିଶ ରଖୁନାହିଁ । ଯାହାର ପ୍ରମାଣ ଏବେ ଆସିଛି ସାମ୍ନାକୁ । ଡନ୍ ଦେଖାଯାଇଛି ନୂଆ ଲୁକରେ ।

ମାୟାନଗରୀ ମୁମ୍ବାଇରେ ରାଜ୍ କରିବାକୁ ଚାହାନ୍ତି ସମସ୍ତେ । ଅଣ୍ଡରୱାଲଡରେ ଏହି କାରଣରୁ ଅନେକ ମୁଣ୍ଡ ଗଡ଼ିଛି । ପୁରୁଣା ଡନଙ୍କ ଜାଗା ନେଇଛନ୍ତି ନୂଆ ଡନ୍ ମାନେ। ଆଉ ଜାରି ରଖିଛନ୍ତି ଅପରାଧ । ଅନେକ ଥର ହୋଇଛି ଗିରଫଦାରି ଓ ଏନକାଉଂଟର୍ ହେଲେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ ଅଣ୍ଡରୱାଲଡ୍ ଉପରେ । ଦାଉଦ୍ ଇବ୍ରାହିମଠୁ ଆରମ୍ଭ କରି ମାଣିଆ ସୁର୍ଭେ ପର୍ଯ୍ୟନ୍ତ ସମସ୍ତେ ନିଜ ହାତ ଭିଜାଇଛନ୍ତି ରକ୍ତରେ । ଦେଶର ଆଇନ କାନୁନକୁ ବେଖାତିର କରି ଖେଳିଛନ୍ତି ରକ୍ତର ହୋଲି । ପଡ଼ୋଶୀ ଦେଶର ସହାୟତାରେ ଏବେ ଦାଉଦ୍ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ନିକଟରେ ଅପହଂଚ । ତେବେ ଦିନେ ନା ଦିନେ ଅପରାଧୀର ଖେଳ ହେବ ଖତମ୍ । ହାତମୁଠାକୁ ଆସିବ ଓ କାଠଗଡ଼ାରେ ଛିଡ଼ା ହେବ କୁଖ୍ୟାତ ଡନ୍ ଦାଉଦ୍ ଇବ୍ରାହିମ୍ ।

dawoodସମୟ ୮୦ ଦଶକ । ବମ୍ବେରେ ଚାଲିଥାଏ ଅଣ୍ଡରୱାର୍ଲଡ୍ ରାଜ୍ । ସଙ୍ଗଠିତ ହେଉଥାଏ ଗୋଟିକ ପରେ ଗୋଟିଏ ଅପରାଧ । ଗ୍ୟାଙ୍ଗୱାର୍ର ଏଭଳି ଏକ ଘଟଣା । ଗ୍ୟାଙ୍ଗଷ୍ଟର୍ ଲାଲା ଈଶାରାରେ କରାଯାଏ ଅନ୍ୟଜଣେ ଅପରାଧୀ ଶବିର କାସକର୍ର ହତ୍ୟା । ଏହାର ପ୍ରତିଶୋଧ ନିଏ ଶବିର୍ର ସାନ ଭାଇ ଦାଉଦ୍ ଇବ୍ରାହିମ କାସକର୍ । ୧୯୮୫ ମସିହାରେ ଲାଲାର ପୁତୁରାକୁ ହତ୍ୟା କରେ ଦାଉଦ୍ ।ଲାଲାର ଦୁର୍ଗପତନ ହେବା ଆରମ୍ଭ ହୁଏ ଏହି ଘଟଣାରୁ । ଦାଉଦ୍ ବନିଯାଏ ବମ୍ବେର ପରବର୍ତୀ ମାଇଁ ବାପ୍ । ଆରମ୍ଭ ହୁଏ ଦାଉଦର ଉତ୍ଥାନ ପର୍ବ । ଜଣେ ପୋଲିସ୍ କନେଷ୍ଟବଳଙ୍କ ପୁଅ ଦାଉଦ୍ ହାଜି ମସ୍ତାନ୍ ଦ୍ୱାରା ଅପମାନିତ ହୋଇ ନିଜସ୍ୱ ଗ୍ୟାଙ୍ଗ୍ ଗଢ଼ି ବମ୍ବେରେ ରାଜ୍ କରିବାର ସ୍ୱପ୍ନ ଦେଖେ । chhota rajanପୋଲିସ୍ ସହାୟତାରେ ଦାଉଦ୍ କରିମ ଲାଲାର ଗ୍ୟାଙ୍ଗକୁ ମୂଳପୋଛ କରିଦିଏ । ହାଜି ମସ୍ତାନ ମଧ୍ୟ ହାତ ଟେକିଦିଏ । ଦାଉଦ୍ ଅଧିନରେ ଆସିଯାନ୍ତି ବମ୍ବେର ଅନେକ ଛୋଟ ବଡ଼ ଗ୍ୟାଙ୍ଗ୍ । ଅପରାଧିକ କ୍ୟାରୀୟର ଆଉ କିଛି ପାଦ ଆଗେଇବା ଆରମ୍ଭ ହୁଏ ଦାଉଦର । ଦାଉଦକୁ ମିଳେ ସହଯୋଗୀ । ଛୋଟା ରାଜନ୍ ସହାୟତାରେ ଦାଉଦ୍ ଇବ୍ରାହିମ୍ ବନିଯାଏ ମୁମ୍ବାଇ ଅଣ୍ଡର ୱାର୍ଲଡର ବେତାଜ୍ ବାଦଶାହା । ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟାଇ ଦାଉଦ୍ ବନିଯାଏ ପୁଲିସର୍ ମୋଷ୍ଟୱାଂଟେଡ୍ ଟାର୍ଗେଟ୍ ।

ସ୍ୱପ୍ନର ନଗରୀ ମୁମ୍ବାଇ । ନିଜ ସ୍ୱପ୍ନ ସାକାର କରିବାକୁ ଏଠାକୁ ପ୍ରତିଦିନ ଆସନ୍ତି ଅନେକ । କାହା ଆଖିରେ ଥାଏ ଆଲୁଅରେ ଚମକିବାର ସ୍ୱପ୍ନ ତ ଆଉ କେହି ଏଠାକୁ ଆସେ ଜୀବନ ଜୀବିକାର ସ୍ୱପ୍ନ ଦେଖି । ସେଭଳି କିଛି ସ୍ୱପ୍ନ ଦେଖି ଅନେକ ଆପଣାନ୍ତି ଅପରାଧର ସଟ୍ କଟ୍ ରାସ୍ତା । ପରବର୍ତୀ ସମୟରେ ସେଇ ରାସ୍ତା ତାଙ୍କୁ ସଜେଇଦିଏ ଜଣେ ଅପରାଧୀ । ଦାଉଦ୍ ଇବ୍ରାହିମର କାହାଣୀ ମଧ୍ୟ ସେମିତି କିଛି । ଏବେ ଦାଉଦ୍ ଆସିଛି ନୂଆ ଲୁକ୍ରେ । ଯେଉଁଥିରେ ତା ଚେହେରାରେ ନାହିଁ ତାର ଚର୍ଚ୍ଚିତ ନିଶ ।