ବାପାଙ୍କ ମୃତ୍ୟୁରେ ବ୍ୟାଣ୍ଡ ବାଜା ବଜାଇ ନାଚିଲେ ଝିଅ ! ଜାଣନ୍ତୁ କାହିଁକି ?

56

ନୋଏଡାର ରାଜରାସ୍ତାରେ ବ୍ୟାଣ୍ଡ ବାଜାର ତାଳେ ତାଳେ ଝୁମୁଥିଲେ ଚାରି ଯୁବତୀ । ନାଚି ନାଚି ପାଦ ଅଧିର ହୋଇ ଯାଉଥିଲା । ସାଙ୍ଗରେ ଥିଲା ସୁସଜ୍ଜିତ ଗାଡିର ବିରାଟ ପଟୁଆର । ଯୁବତୀଙ୍କ ନାଚ ଦେଖିବା ପାଇଁ ରାସ୍ତାରେ ମଧ୍ୟ ଭିଡ ଲାଗି ରହିଥିଲା । ଲାଗୁଥିଲା ଯେମିତି କୌଣସି ବାହାଘର ଶୋଭାଯାତ୍ରା ଯାଉଛି । ଆଉ ଖୁସିରେ ନାଚୁଛନ୍ତି ୪ ଯୁବତୀ । କିନ୍ତୁ ଏତେବଡ ଶୋଭାଯାତ୍ରାରେ କିନ୍ତୁ ବରକୁ ଖୋଜି ପାଇନଥିଲେ ଲୋକେ । ବରଂ ପାଖକୁ ଆସି ଯାହା ଦେଖିଥିଲେ ସେଥିରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କାରଣ ଏହି ଶୋଭାଯାତ୍ରା କୌଣସି ବାହାଘର ଶୋଭାଯାତ୍ରା ନଥିଲା ବରଂ ଜଣେ ମୃତ ବ୍ୟକ୍ତିର ଶବକୁ ଶୋଭାଯାତ୍ରାରେ ନିଆଯାଉଥିଲା । ଆଉ ସେହି ଶୋଭାଯାତ୍ରାଟି ଦିଲ୍ଲୀର ଗୁଟକା କିଙ୍ଗ ଭାବେ ପରିଚିତ ହରିଭାଇ ଲାଲବାନିଙ୍କର ଥିଲା । ପଛରେ ସୁସଜ୍ଜିତ ଗାଡିରେ ହରିଭାଇଙ୍କ ମୃତ ଶରୀର ଓ ଆଗରେ ନାଚୁଥିଲେ ଚାରିଝିଅ । ଯାହା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

haribhai-lalwani_1510422247ସାଧାରଣତଃ ଆତ୍ମୀୟସ୍ୱଜନଙ୍କୁ ହରାଇଲେ ଲୋକେ ଶୋକ ପାଳନ କରିଥାନ୍ତି । ମନଦୁଃଖ କରିଥାନ୍ତି । କିନ୍ତୁ ହରିଭାଇଙ୍କ ମୃତ୍ୟୁରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ନିଜ ବାପାଙ୍କୁ ହରାଇବା ପରେ ଆରମ୍ଭ ହୋଇଯାଇଥିଲା ଉତ୍ସବର ମାହୋଲ । ପରିବାରବର୍ଗଙ୍କ କାନ୍ଦ ବଦଳରେ ବ୍ୟାଣ୍ଡ ବାଜାର ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ଅଞ୍ଚଳ । ବାପାଙ୍କୁ ହରାଇ ମନଦୁଃଖ କରିବା କଥା ଛାଡ ନାଚରେ ମସଗୁଲ ଥିଲେ ୪ ଝିଅ । ଏହା ଦେଖି ଅନେକ ଲୋକ ଆଶ୍ଚଯ୍ୟ ହୋଇଯାଇଥିଲେ । କିନ୍ତୁ ଏହା ପଛରେ ଏକ ବଡ କାରଣ ଲୁଚି ରହିଥିଲା । ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ଏପରି କରିଥିବା କହିଥିଲେ ହରିଭାଇଙ୍କ ଝିଅ ।

ଗୁରବାର ହରିଭାଇଙ୍କ ମୃତ୍ୟୁ ହେବା ପୂର୍ବରୁ ସେ ତାଙ୍କ ଝିଅଙ୍କୁ କହିଥିଲେ, ତାଙ୍କ ମୃତ୍ୟୁରେ କେହି ମନଦୁଃଖ କରିବେ ନାହିଁ । ଏପରକିି ତାଙ୍କ ମର ଶରୀରକୁ ଏକ ବଡ ଉତ୍ସବ ଭଳି ଶୋଭାଯାତ୍ରାରେ ନେବା ପାଇଁ ସେ ଝିଅ ମାନଙ୍କୁ କହିଥିଲେ । ହରିଭାଇଙ୍କ ମୃତ୍ୟପରେ ତାଙ୍କ ଇଚ୍ଛା ପୂରଣ କରିବାକୁ ଆଗେଇ ଆସିଥିଲେ ୪ ଝିଅ । ବେଶ ଧୂମଧାମରେ ହରିଭାଇଙ୍କ ମର ଶରୀରକୁ ଶୋଭାଯାତ୍ରାରେ ବାହାର କରିଥିଲେ ତାଙ୍କ ଝିଅ । ଏପରିକି ଶବଯାତ୍ରା ସମୟରେ ଝିଅ ମାନେ ମଧ୍ୟ ବ୍ୟାଣ୍ଡ ବାଜାର ତାଳେ ତାଳେ ନାଚିବା ଆରମ୍ଭ କରିଥିଲେ । ଚାରି ଜଣ ବାପାଙ୍କ ମରଶରୀରକୁ କାନ୍ଧରେ ନେବା ସହ ମୁଖାଗ୍ନି ମଧ୍ୟ ଦେଇଥିଲେ ।