ରାଉରକେଲା କୋଏଲ ନଦୀରେ ବିପଦପୂର୍ଣ୍ଣ ନୌକା ଯାତ୍ରା : ମୋଟର ଡଙ୍ଗାରେ ଅଚଳ ଜଳରାଶି ଅତିକ୍ରମ କରୁଛନ୍ତି ଶହଶହ ଲୋକ

52

କନକ ବ୍ୟୁରୋ : ରାଉରକେଲା କୋଏଲ ନଦୀରେ ବିପଦପୂର୍ଣ୍ଣ ନୌକା ଯାତ୍ରା । ଅଣ ଓସାରିଆ ମୋଟର ଡଙ୍ଗାରେ ଅଚଳ ଜଳରାଶି ଅତିକ୍ରମ କରୁଛନ୍ତି ସୁନ୍ଦରଗଡ ଜିଲ୍ଲାର କୁଅଁରମୁଣ୍ଡା ଓ ନୁଆଗାଁ ବ୍ଲକର ଶହଶହ ଲୋକ । ରାଉରକେଲା ସହର ଉପରେ ନିର୍ଭର କରୁଥିବା ଏହି ଦୁଇଟି ବ୍ଲକର ଲୋକ ସଡକପଥ ଦେଇ ରାଉରକେଲା ଆସିବାକୁ ହେଲେ ୬୦ କିଲୋମିଟର ରାସ୍ତା ବୁଲିବାକୁ ପଡେ । ତେଣୁ ସ୍କୁଲକଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଚାଷୀ, ସରକାରୀ ଚାକିରିଆ ଓ ଦିନ ମଜୁରିଆ ସମସ୍ତେ ଡଙ୍ଗା ସାହାଯ୍ୟରେ କୋଏଲ ନଦୀ ପାର ହୋଇଥାନ୍ତି ।

ରାଉରକେଲା କୋଏଲ ନଦୀର ଦୁଇଟି ଘାଟକୁ ଡଙ୍ଗା ଯାତାୟତ କରିଥାଏ । ସେକ୍ଟର ୨୦ ସ୍ଥିର ବୈକୁଣ୍ଠ ଘାଟ, ଏବଂ ଏହା ପାଖରେ ଥିବା ହମିରପୁର ଘାଟରେ ପ୍ରତିଦିନ ଏଭଳି ବିପଦପୂର୍ଣ୍ଣ ଡଙ୍ଗା ଲାଗିଥାଏ । ଯେଉଁଥିରେ ଯାତ୍ରୀଙ୍କ ପାଇଁ ନା ଅଛି ଲାଇଫ ଜ୍ୟାକେଟ୍, ନା ଡଙ୍ଗାର ଅଛି ଲାଇସେନ୍ସ ।