ଏକାଠି ବସିଲେ ଜଗତସିଂହପୁର ବିଜେଡିର ଦୁଇ ହେଭିୱେଟ୍ : ଚା’ ପିଇଲେ କିନ୍ତୁ କଥା ହେଲେନି

27

ଜଗତସିଂହପୁର : ଚା’ ଥିଲା କିନ୍ତୁ ଚର୍ଚ୍ଚା ନଥିଲା । ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦୀ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜେଡି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ପାଖାପାଖି ବସିଥିଲେ । ଗୋଟିଏ ମଂଚରେ ଏକାଠି ହେଲେ, ଚା’ପିଇଲେ, ସ୍ନାକ୍ସ ଖାଇଲେ ତେବେ ଦୁଇ ଜାଣ ଯାକ ପରସ୍ପର ସହ କଥା ହେଲେନି । ବିଜୁ ଶତବାର୍ଷିକ ଉତ୍ସବ ପାଇଁ ଭୁବନେଶ୍ୱରରେ ଏକାଠି ବସିଥିଲେ ଦୁଇ ନେତା । ହେଲେ କେହି କାହାକୁ ଆଡ ଆଖିରେ ଚାହୁଁନଥିଲେ ।

ବେଶ ରୋଚକ ରହିଥିଲା ଏହି ଦୃଶ୍ୟ । ବିଜେଡି ନେତା, ଉପସ୍ଥିତ ସାମ୍ବାଦିକ ସମସ୍ତଙ୍କ ନଜର ଥିଲା ଏ ଦୁହିଁଙ୍କ ଉପରେ । ଦୀର୍ଘ ଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦ ପରେ ଏଭଳି ଏକାଠି ବସିବା ସମସ୍ତଙ୍କ ପାଇଁ ଉତ୍କଣ୍ଠା ସୃଷ୍ଟି କରିଥିଲା । ଏ ବାବଦରେ ମନ୍ତ୍ରୀ ରାଉତଙ୍କୁ ସାମ୍ବାଦିକମାନେ ପଚାରିବାରୁ ସେ ଚିହିଁକି ଉଠିଥିଲେ ।