ପୁଣି ନିଜର ଅସହାୟତା ପ୍ରକାଶ କଲେ କୃଷି ମନ୍ତ୍ରୀ : କହିଲେ, ୨ୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସୁପାରିଶ କରିବାକୁ ସେ ଅସମର୍ଥ

50

କନକ ବ୍ୟୁରୋ : ପୁଣି ନିଜର ଅସହାୟତା ପ୍ରକାଶ କଲେ କୃଷି ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ । ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ  ପ୍ରତିଶ୍ରୁତି ଦେବା ପ୍ରସଙ୍ଗରେ ନିଜର ଅସହାୟତା ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ । ତାଙ୍କ ସୁପାରିଶରେ ଯଦି କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଉଥାନ୍ତା,ସେ ବଲାଙ୍ଗିରରେ ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିବାରେ କୌଣସି ଅସୁବିଧା ନାହିଁ ।

ମାତ୍ର ତାଙ୍କ ସୁପାରିଶରେ କିଛି ହୁଏ ନାହିଁ ବୋଲି ଦାମ ରାଉତ କହିଛନ୍ତି । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସମ୍ମିଳନୀ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମୃତି ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଡାକ୍ତର ଦାମୋଦର ରାଉତଙ୍କୁ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ବଲାଙ୍ଗିରର ନାଁକୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । ଏହାର ଜବାବରେ ଏଭଳି ଉତର ରଖିଥିଲେ ଡକ୍ଟର ଦାମୋଦର ରାଉତ । ଆଉ କୌତୁହଳ ଶୈଳୀରେ କହିଥିଲେ କାହା ସୁପାରିଶରେ କାମ ହୁଏ ନରସିଂହ ମିଶ୍ର ଠିକ୍ ଜାଣନ୍ତି ବୋଲି କହିଥିଲେ ।