କଟକ ଜେଏମଏଫସି କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

27

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ସାମନ୍ତ ବ୍ରଦର୍ସ । ସୁଶାନ୍ତ ଧଳ ସାମନ୍ତ ଓ ସୁଶୀଲ ଧଳସାମନ୍ତ ୨ ଭାଇ କୋର୍ଟରେ ହାଜର ହୋଇଛନ୍ତି । ୧୫ଟି ମାମଲାରେ ତାଙ୍କୁ ହାଜର କରାଯାଇଛି । ସୁଶୀଲ ଧଳ ସାମନ୍ତଙ୍କୁ ବାଲେଶ୍ୱର ଓ ସୁଶାନ୍ତ ଧଳସାମନ୍ତଙ୍କୁ ଝାରପଡା ଜେଲରୁ କଡା ସୁରକ୍ଷା ଭିତରେ ଅଣାଯାଇ କୋର୍ଟରେ ହାଜର କରାଯାଇଛି । କୋର୍ଟ ପରିସରରେ ଏନେଇ ୨ ଫ୍ଲାଟୁନ ପୁଲିସ ମୁ୍ତୟନ ହୋଇଛନ୍ତି । ଧଳ ସାମନ୍ତଙ୍କ ଘରୁ ଜାଲ ଭୋଟର ପରିଚୟ ପିତ୍ର ମିଳିବା ଓ ବହୁ ପରିମାଣରେ ବିଦେଶୀ ମଦ ଜବତ ମାମଲା ଆଜି ଚାର୍ଜଫ୍ରେମ ହେବାର ସୂଚନା ରହିଛି । ଆସନ୍ତା ୨୧ରେ ପୁଣି ଥରେ ଦୁଇ ଭାଇଙ୍କୁ କୋର୍ଟ ହାଜର କରାଯିବ ।