ଆତଙ୍କିତ ଚିଲିକା ଆଖପାଖ ୧୫ଟି ଗାଁ ବାସିନ୍ଦା : ଲୁଣି ପାଣି ଘେରରେ କଟୁଛି ଜୀବନ

37

ଚିଲିକା : ବାତ୍ୟା ରୁଆନୁ ପ୍ରଭାବରେ ଚିଲିକା ନଙ୍ଗାନାଶିରେ ଖୋଲିଛି ନୂଆ ମୁହାଣ । ଏହା ଧିରେ ଧିରେ ଆଖପାଖ ଗାଁ ପାଇଁ ବିପଦ ସୃଷ୍ଟି କରିଛି । ଗାଁ ଦାଣ୍ଡରେ ପସୁଛି ଜୁଆର ପାଣି । ଚିନ୍ତାରେ ଗ୍ରାମବାସୀ । ଗାଁ ଭିତରେ ପଶି ଆସିଛି ସମୁଦ୍ର ପାଣି । ରୁଆନୁ ବାତ୍ୟା ପରେ ଚିଲିକାରେ ସୃଷ୍ଟି ହୋଇଥିବା ନୂଆ ମୁହାଣ ଯୋଗୁଁ ଜୁଆର ମାଡିଆସୁଛି । ପ୍ରବଳ ଜୁଆରରେ ପାଣି ନଙ୍ଗାନାଶି ଭିତରେ ପଶି ମାଟିଘର ଗୁଡିକୁ ଭାଙ୍ଗି ଦେଉଛି । ଲୋକେ ଏବେ ଲୁଣା ପାଣି ଘେରରେ ।

ଆତଙ୍କିତ ଏବେ ୧୫ଟି ଗାଁ ବାସିନ୍ଦା । ଫାଇଲିନ ବାତ୍ୟାରେ ଚିଲିକା ନିକଟବର୍ତୀ ୧୫ଟି ଗାଁ ବେଶ୍ ପ୍ରଭାବିତ ହୋଇଥିଲା । ସାନପାଟଣା ଓ ଅରଖକୁଦାର ୩ଟି ସାହି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା । ଏହା ପରେ ସରକାର ୨୬ କିଲୋମିଟର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଯୋଜନା କରିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ମାତ୍ର ୫ କିଲୋମିଟର ପ୍ରାଚୀର ରହିଛି । ଏଥିରୁ ୨ କିଲୋମିଟର ପ୍ରାଚୀରର କିଛି ଅଂଶ ଧୋଇଗଲା । ସରକାର ତୁରନ୍ତ ପଦକ୍ଷେପ ନନେଲେ ଏହି ଗାଁ ସବୁ ମଧ୍ୟ ସମୁଦ୍ର ଗର୍ଭରେ ବୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି ।