୧୪ ଥର ଛୁରାମାଡ ପରେ ବି ମିଳିଲା ନୂଆ ଜନ୍ମ ! ହିଂସ୍ର ହେଲା ମା’, କୋଳେଇ ନେଲା ପର ମା’

50

୧୪ଥର ଛୁରାମାଡ ପରେ ମଧ୍ୟ ମୃତ୍ୟୁର କୋଳରୁ ପୂର୍ନଜନ୍ମ ପାଇଛି ୬ ମାସର ଶିଶୁ । ଆଉ ଏହି ଶିଶୁପୁତ୍ରକୁ କୋଳେଇ ନେଇଛନ୍ତି ଜଣେ ନିଃସନ୍ତାନ ଦମ୍ପତି । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ଜଣେ  ଜନ୍ମ କଲା ମା ତାର ୬ ମାସର ଶିଶୁପୁତ୍ରକୁ ୧୪ ଥର ଛୁରାମାଡ କରିଥିଲା । ଏବଂ ତାପରେ ଶିଶୁକୁ ଏକ ଗଛ ତଳେ ପୋତିଦେଇଥିଲା । ତେବେ ସେଇ ରାସ୍ତା ଦେଇ ଯାଉଥିବା ଜଣେ ମହିଳା ଗାଈ ଜଗୁଆଳି ଗଛତଳେ ପୋତା ହୋଇଥିବା ଶିଶୁର କୁନି ପାଦକୁ ଦେଖିବାକୁ ପାଇଥିଲା । ତା ପରେ ଶିଶୁର କାନ୍ଦିବା ଶବ୍ଦ ଶୁଣି ମହିଳା ଜଣକ ଶିଶପୁତ୍ରକୁ  ଉଦ୍ଧାର କରିଥିଲେ । ଏବଂ ତା ପରେ ଶିଶୁଟିକୁ ମେଡିକାଲ୍ ନେଇ ତାର ଚିକିତ୍ସା କରାଯାଇଥିଲା ।