ପ୍ରସାଦ ହଟାଅ ପିସିସି ବଂଚାଅ ! ବିଧାୟକ ଦଳ କହିଲା, ସଭାପତି ନବଦଳିଲେ ରସାତଳକୁ ଯିବ ଦଳ

27

କନକ ବ୍ୟୁରୋ : ପରିବର୍ତନ ନହେଲେ ତିଷ୍ଟି ପାରିବନି କଂଗ୍ରେସ । ପଂଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ପୁଣି ଶୁଭିଛି ନେତୃତ୍ୱ ପରିବର୍ତନର ସ୍ୱର । ହାଇକମାଣ୍ଡଙ୍କୁ ବିଧାୟକ ଦଳ ପରାଜୟର ରିପୋର୍ଟ ଦେବା ପୂର୍ବରୁ ଖୋଲାଖୋଲି ମଙ୍ଗୁଆଳଙ୍କ ବିରୋଧରେ ଆସିଛି ମନ୍ତବ୍ୟ ।

ବିଧାୟକଙ୍କ ଏହି ସବୁ ବୟାନରୁ ସ୍ପଷ୍ଟ ଅନୁମାନ କରି ହେଉଛି କଂଗ୍ରେସ ରାଜନୀତିରେ ପୁଣି ସେଇ ପୁରୁଣା ବିବାଦର ସୂତ୍ରପାତ ହେବାର ସଂଭାବନା ରହିଛି । ଦଳକୁ ବଂଚାଇବାକୁ ହେଲେ ସଭାପତି ପରିବର୍ତନ ଜରୁରୀ ବୋଲି କହିଛନ୍ତି ଆଉ କିଛି ବିଧାୟକ ।

ବିଧାୟକଙ୍କ ଏହି ସବୁ ବୟାନ ଭିତରେ କିନ୍ତୁ ପିସିସି ସଭାପତି ପ୍ରସାଦଙ୍କ ସପକ୍ଷରେ ବାହାରିଛନ୍ତି କୋଷାଧ୍ୟକ୍ଷ ମହମ୍ମଦ ମୋକିମ୍ । ଦଳୀୟ ପରାଜୟ ପାଇଁ ଗୋଷ୍ଠୀ କନ୍ଦଳକୁ ଦାୟୀ କରିବା ସହ ଜଣେ ଲୋକଙ୍କୁ ଦାୟି କରାଯାଇ ପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ।

ନେତାଙ୍କ ଏହି ଅରୋପ ପ୍ରତ୍ୟାରୋପ ଭିତରେ ଦଳୀୟ ରାଜନୀତିରେ ପୁଣି ଏକ ନୂଆ ସମୀକରଣର ସୁତ୍ରପାତ ସଂଭାବନା ସୃଷ୍ଟି ହୋଇଛି । ଦଳୀୟ ମଙ୍ଗୁଆଳ ପରିବର୍ତନ ହେବ ନା ନାହିଁ ତାହା ଆଗକୁ ନିଶ୍ଚିତ ଜଣାପଡ଼ିବ । କିନ୍ତୁ ଦଳ ନିର୍ବାଚନ ପୂର୍ବରୁ ଯେଉଁ ସମସ୍ୟା ଦେଇ ଗତି କରୁଥିଲା ପୁଣି ସେଇ ସମସ୍ୟା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –